ଡକ୍ଟର ବସନ୍ତ କୁମାର ଦାସ ଙ୍କ ଆତ୍ମଜୀବନୀ ‘ଭଙ୍ଗା ଘରେ ଚକାଜହ୍ନ’ ପାଠକାର୍ପିତ

0

ଭୁବନେଶ୍ବର (ଆମ ଟିଭି):  ବିଶିଷ୍ଟ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ବସନ୍ତ କୁମାର ଦାସଙ୍କ ଆତ୍ମଜୀବନୀ ‘ଭଙ୍ଗାଘରେ ଚକାଜହ୍ନ’ ପାଠକାର୍ପିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଏକ ତାରକା ହୋଟେଲରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକ ପ୍ରଫେସର ଦାସଙ୍କର ଜୀବନ ଉପରେ ଏକ ସାମଗ୍ରୀକ ସମୀକ୍ଷା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଫେସର ବସନ୍ତ ଦାସଙ୍କର ଜୀବନର ନାନା ସଂଗ୍ରାମ ଏବଂ ସକାରାତ୍ମକ ମାନସିକତା ସହିତ ସେହି ସଂଗ୍ରାମର ସମ୍ମୁଖୀନ ପ୍ରସଙ୍ଗଗୁଡ଼ିକ ତାଙ୍କର ଅଭିଭାଷଣରେ ସ୍ଥାନିତ କରିଥିଲେ l ଜୀବନର ବିଭିନ୍ନ କ୍ଷେତ୍ରରେ ମନୋବିଜ୍ଞାନକୁ ପ୍ରୟୋଗ କରି ସଫଳତା ଆତ୍ମତୃପ୍ତି ଅର୍ଜନ କରିଥିବାର ପ୍ରସଙ୍ଗ ଗୁଡ଼ିକୁ ସମ୍ମାନିତ ଅତିଥି ପ୍ରଫେସର ଡକ୍ଟର ଅଜିତ୍ ମହାନ୍ତି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ।

ରଙ୍ଗମଞ୍ଚ ନାଟକର ନିର୍ଦ୍ଦେଶନା ଏବଂ ନିର୍ଦ୍ଦେଶନାରେ ପ୍ରଫେସର ଦାସ ନୃତ୍ୟ-ନାଟ୍ୟ ରଚନା ରେ ଏବଂ ତଲ୍ଲୀନ ରଖି ଅପାର ଆନନ୍ଦ ଲାଭ କରୁଥିଲେ ବୋଲି ଅନ୍ୟତମ ସମ୍ମାନିତ ଅତିଥି ନାଟ୍ୟବିତ୍ ସୁବୋଧ ପଟ୍ଟନାୟକ ତାଙ୍କ ମତ ପ୍ରକାଶ କରିଥିଲେ।ଲେଖକ ଡକ୍ଟର ବସନ୍ତ ଦାସ ୬ଶହ ପୃଷ୍ଠା ବିଶିଷ୍ଟ ଆତ୍ମଜୀବନୀରେ ନିଜସ୍ଵ ଅନୁଭୂତି ଓ ଏହାର ଆଭିମୁଖ୍ୟ ସମ୍ପର୍କ ଆଲୋକପାତ କରିଥିଲେ ।

ସଭା ସଞ୍ଚାଳନ କରିଥିଲେ ପ୍ରାବନ୍ଧିକ ତଥା ବନ୍ଧୁଘର ସାହିତ୍ୟ ପିଣ୍ଡାର ମୁଖ୍ୟ ବୈଷ୍ଣବ ଚରଣ ମହାନ୍ତି । ପ୍ରଫେସର ବସନ୍ତ ଦାସଙ୍କର କନିଷ୍ଠ ପୁତ୍ର ଶ୍ରୀଯୁକ୍ତ ତୀର୍ଥଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.