ନୂଆଦିଲ୍ଲୀ (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାରେ ସିବିଆଇର ତଦନ୍ତ ଏବେ ବି ଜାରି ରହିଛି । ଏହାରି ଭିତରେ ଦୁର୍ଘଟଣା ନେଇ ଧାରଣା ଦେବେ ୧୨ଟି ବିରୋଧୀ ରାଜନୈତିକ ଦଳ । ରେଳ ଦୁର୍ଘଟଣା ପ୍ରସଙ୍ଗ ନେଇ ଭୁବନେଶ୍ୱରର ପୂର୍ବତଟ ରେଳବାଇ କାର୍ୟ୍ୟାଳୟ ସାମାନାରେ ଗଣ ଧାରଣା ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କ ଜରିଆରେ ୧୧ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ।
ରେଳ ଦୁର୍ଘଟଣା ନେଇ କିଛି ଦାବି ରଖିଛନ୍ତି ଏହି ଦଳ । ରେଳ ଦୁର୍ଘଟଣାର ତଦନ୍ତ ସୁପ୍ରମିକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳ ଦ୍ୱାରା ତଦନ୍ତ କରାଯାଉ । ସେହିଭଳି କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କ ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରିବାକୁ ଦାବି ରଖିବ ଦଳ ।