କଟକ(ଆମ ଟିଭି): ବାଲେଶ୍ଵର ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ପୁଣି ଆଖି ବୁଜିଲେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ ଝଉଈରେ ମୃତ୍ୟୁ ହୋଇଛି । ମୃତକ ନାବାଳକ ବିହାରର ପ୍ରକାଶ ରାମ ।
ଏସସିବିରେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଛି ।