ବାହାନଗା ରେଳ ଦୁର୍ଘଟଣା: ଚାଲିଛି ତଦନ୍ତ

0

ଭୁବନେଶ୍ୱର(ଆମ ଟିଭି): ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୬ ଦିନ ବିତିଛି । ରେଳ ଚଳାଚଳ ସ୍ୱାଭାବିକ ହୋଇଛି । କିନ୍ତୁ ମନରୁ ଯାଇନି ସେହି କାଳ ମୁହୂର୍ତ୍ତର ଛାତିଥରା ଦୃଶ୍ୟ । ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି, ଏହାର ଉତ୍ତର ଖୋଜୁଛି ସିବିଆଇ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଚାଲିଛି କାରଣ ଖୋଜା । ଦୁର୍ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ର ଖୋଳତାଡ଼ ଜାରି ରହିଛି ।

ଏପଟେ ଦୁର୍ଘଟଣାରେ ଭୁବନେଶ୍ବରକୁ ଅଣାଯାଇଥିବା ମୋଟ ୧୯୩ ଶବ ମଧ୍ୟରୁ ୧୧୧ଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇସାରିଲାଣି। ଆହୁରି ୮୨ଟି ମୃତଦେହ ଏବେ ବି ଭୁବନେଶ୍ବର ଏମସରେ ରହିଛି । ରହିଥିବା ମୃତଦେହ ଗୁଡିକ ଟିହ୍ନଟ ହୋଇପାରି ନାହିଁ ।

Leave A Reply

Your email address will not be published.