ବାହାନଗା ରେଳ ଦୁର୍ଘଟଣା: ଆଉ ଜଣେ ଆହତଙ୍କ ମୃତ୍ୟୁ

0

କଟକ (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ଆଉ ଜଣେ ମୃତ୍ୟୁବରଣ କରିଛନ୍ତି । କଟକ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ଦୁର୍ଘଟଣାଗ୍ରସ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପଶ୍ଚିମବଂଗ ସାହିଲ ମନସୁର ବୋଲି ସୂଚନା ମିଳିଛି । ସେ ସର୍ଜରୀ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱର ଥିଲା । କିଛି ଦିନ ହେବ ସେ ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି ।

ଏଥିସହିତ ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୧ରେ ପହଁଚିଛି । ଗତକାଲି ଜଣଙ୍କର ଓ ପୂର୍ବରୁ ଆଉ ଜଣେ ଆହତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବଂ ଶତାଧିକ ଲୋକ ଦୁର୍ଘଟଣାଗ୍ରସ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତରମାନେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

 

 

Leave A Reply

Your email address will not be published.