କଟକ (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଆଜି ଆଉ ଜଣେ ଚିକିତ୍ସିତ ଆହତଙ୍କ ମୃତ୍ୟୁ ହୋଇଛି । କଟକ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ପଲତୁ ନସ୍କାର । ମୃତକଙ୍କ ଘର ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳରେ । ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କର ଏସସିବିରେ ଚିକିତ୍ସା ଚାଲିଥିଲା ।
ସେଂଟ୍ରାଲ ଆଇସିୟୁ ବେଡ ନମ୍ବର -୧୪ରେ ଚିକିତ୍ସିତ ହେଉଥିଲେ ପଲତୁ । ଆଜି ଦିନ ୧୨ଟା ୪୫ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଏସସିବି ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଏସସିବିରେ ଟ୍ରେନ୍ ଦୁର୍ଘଟଣାରେ ମୃତକ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।