ଭୁବନେଶ୍ୱର (ଆମ ଟିଭି): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ଏହାରି ଭିତରେ ଆସିଛି ଏକ ବଡ଼ ଖବର । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ୨୭୫ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସରକାରଙ୍କୁ ଲିଖିତ ତଥ୍ୟ ଦେଇଛନ୍ତି ଜିଲ୍ଲାପାଳ ।
ତେବେ ଗତକାଲି ଯେଉଁ ଗଣନା କରାଯାଇଥିଲା ସେଥିରେ ସାମାନ୍ୟ ଦ୍ୱନ୍ଦ୍ୱ ରହିଥିବା ଜଣାପଡିଛି । ପୂର୍ବରୁ କିଛି ମୃତଦେହକୁ ୨ଥର ଗଣାଯାଇଥିଲା । ଯାକାକୁ ନେଇ ମୃତକଙ୍କ ସଂଖ୍ୟାରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଏବେ ମୃତ୍ୟୁ ସଂଖ୍ୟା ୨୭୫ ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା