ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍

0

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୨’ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା ସେ କହିଛନ୍ତି।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱରେ କୋଣ ଅନୁକୋଣରେ କାମ କରୁଥିବା ଓଡ଼ିଆମାନେ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଆଲୁମିନିୟମ ଓ ଷ୍ଟିଲ କ୍ୟାପିଟାଲ ହୋଇପାରିବ ଓଡ଼ିଶା ଶକ୍ତି ଉତ୍ପାଦନରେ ଓଡ଼ିଶା ଯଥେଷ୍ଟ ଆଗରେ। ଦକ୍ଷ ମାନବ ସମ୍ବଳ ଓଡ଼ିଶାକୁ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଏକ ନମ୍ବର କରିପାରିବ।

ଓଡ଼ିଶା ନିର୍ମାଣରେ ଟେକ୍ନୋଲୋଜିର ଭୂମିକାକୁ ମତ ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରାକୃତିକ ସମ୍ପଦ ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ଓଡ଼ିଆ ଲୋକ ହିଁ ଓଡ଼ିଶାର ଶକ୍ତି । ୨୦୧୪ ପୂର୍ବରୁ ରେଲୱେର ବିକାଶ ପାଇଁ ଓଡ଼ିଶାକୁ ଆସୁଥିଲା ବାର୍ଷିକ ୮୩୮ କୋଟି ଟଙ୍କା । ମୋଦୀ ସରକାରରେ ଏହି ଅନୁଦାନ ୪ ଗୁଣାରୁ ଅଧିକ ବଢିଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ରେଲୱେ ଅନୁଦାନ ମିଳିଛି

ଓଡ଼ିଶା ପାଇଁ ୫୫୨୧୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୩୧ ମାର୍ଚ୍ଚ ପରେ ଏବେ ସୁଦ୍ଧା ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। କଂଗ୍ରେସ ସମୟରେ ବର୍ଷକୁ ୨୫ରୁ ୨୬ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହେଉଥିଲା । ଗତବର୍ଷ ଓଡ଼ିଶାରେ ୧୮୦ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ହୋଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୫୦ କିଲୋମିଟରର ନୂଆ ରେଳ ଲାଇନ କାର୍ଯ୍ୟ ଓଡ଼ିଶାରେ ଶେଷ ହେବ।

Leave A Reply

Your email address will not be published.