ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣଗ୍ରସ୍ତ: ଜାଣନ୍ତୁ କେଉଁଠି?
ବଲସାଡ (ଆମ ଟିଭି): ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଗୁଜରାଟ ବଲସାଡରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖ ଭାଗ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଟ୍ରେନ ବଲସାଡର ଅତୁଲ ରେଲୱେ ଷ୍ଟେସନ ପାର କରୁଥିବା ବେଳେ ଅଚାନକ ସାମ୍ନାରେ ଗାଈ ଆସିଯାଇଥିଲା। ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖ ଅଂଶ ଭାଙ୍ଗିଯାଇଛି। ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର କପଲର କଭର ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି।
ଦୁର୍ଘଟଣା ଯୋଗୁ ଟ୍ରେନ ପାଖାପାଖି ୨୬ ମିନଟ୍ ଅଟକି ରହିଥିଲା। ପରେ ଟ୍ରେନ ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରିଥିଲା। ତେବେ ଏହି ରାସ୍ତାରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁର୍ଘଟଣା ନୂଆ କଥା ନୁହେଁ । ପୂର୍ବରୁ ଦୁଇଥର ଟ୍ରେନ ଗୃହପାଳିତ ପଶୁଙ୍କୁ ଧକ୍କା ଦେଇଥିବାର ନଜିର ରହିଛି। ତେବେ ତେବେ ବନ୍ଦେ ଭାରତ ଏକ୍ସପ୍ରେସର ବାରମ୍ବାର ଏପରି ଦୁର୍ଘଟଣା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପହାର ଦେଇଥିଲେ।