ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

0

ନୂଆଦିଲ୍ଲୀ (ଆମ ଟିଭି): ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ତାହା ହେଉଛି ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ । ନିକଟରେ ମୁମ୍ୱାଇ ଏବଂ ଗାନ୍ଧୀ ନଗର ମଧ୍ୟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନଟି ମଇଁଷି ଗୋଠ ସହ ଧକ୍କା ହୋଇଥିଲା । ଏହି ମାମଲାରେ ଏବେ ଆରପିଏଫ ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶୁକ୍ରବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପଶ୍ଚିମ ରେଲୱେ ପକ୍ଷରୁ ଜାରି ଏକ ବୟାନରେ କୁହାଯାଉଛି ଯେ, ମଇଁଷି ସହ ଧକ୍କା ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ଟ୍ରେନକୁ ମୁମ୍ୱାଇରେ ମରାମତି କରାଯାଇଛି ।

ପଶ୍ଚିମ ରେଲୱେର ବରିଷ୍ଠ ମୁଖପାତ୍ର ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି, ବନ୍ଦେ ଭାରତ ଟ୍ରେନ ରାସ୍ତାରେ ଆସିଥିବା ମଇଁଷି ଗୋଠର ଅଜ୍ଞାତ ମାଲିକଙ୍କ ବିରୋଧରେ ଅହମଦାବାଦରେ ଆରପିଏଫ ମାମଲା ରୁଜୁ କରିଛି । ଭଟଭା ରେଲୱେ ଷ୍ଟେସନରେ ନିୟୋଜିତ ଆରପିଏଫ ଇନସ୍ପେକ୍ଟର ପ୍ରଦୀପ ଶର୍ମା କହିଛନ୍ତି, ଟ୍ରେନ କ୍ଷତିଗ୍ରସ୍ତ ହେବା ସହ ଜଡିତ ରେଲୱେ ଅଧିନିୟମ ୧୯୮୯ର ଧାରା-୧୪୭ରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.