ଭରତପୁର ଥାନା କଳଙ୍କରେ ଲାଗିଲା ରାଜନୀତିର ଛିଟା; ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

0

ଭୁବନେଶ୍ୱର(ଆମ ଟିଭି): କମିଶନରେଟ୍ ପୋଲିସର ଭରତପୁର କାଣ୍ଡକୁ ନେଇ ହୁଲସ୍ତୁଲ ରାଜ୍ୟ। ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ବର୍ବର ଆଚରଣକୁ ନେଇ ତେଜିଲା ରାଜନୀତି। ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ଛବିକୁ ଧୂମିଳ କରିଥିବା ଏ ଘଟଣାକୁ ବିରୋଧୀ ମୁଖ୍ୟ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭରତପୁର ଥାନା କଳଙ୍କରେ ଲାଗିଲା ରାଜନୀତିର ଛିଟା । ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ । କଂଗ୍ରେସ କହିଲା ଭରତପୁର କାଣ୍ଡ ପାଇଁ ବିଶ୍ବ ଦରବାରରେ ଲଜ୍ଜିତ ହୋଇଛି ରାଜ୍ୟ । ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୋଲିସର ବର୍ବର ଆଚରଣର ୫ ଦିନ ପରେ ମୋହନ ସରକାର ଉପରେ ହମଲାକୁ ତୀବ୍ର କରିଛି ବିରୋଧୀ ବିଜେଡି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ, ଯୌନ ଉତ୍ପୀଡନ ଅଭିଯୋଗ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲୋମହର୍ଷକ। ସରକାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।

Leave A Reply

Your email address will not be published.