ନଭେମ୍ବର ୨୭ରେ ଭୁବନେଶ୍ୱର ବାଲିଯାତ୍ରା

0

ଭୁବନେଶ୍ୱର: ଭୁବନେଶ୍ୱର ବାଲିଯାତ୍ରା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ରବିବାର ମଞ୍ଚେଶ୍ୱର ସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଯଶୋବନ୍ତ ଓଝା ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଉପଦେଷ୍ଠା ତଥା ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗଦେଇ ଚଳିତ ବର୍ଷ ବାଲିଯାତ୍ରାକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ମତ ରଖିଥିଲେ ।

ବାଲିଯାତ୍ରାର ୧ ମାସ ପୂର୍ବରୁ ବାଲିଯାତ୍ରା ପଡ଼ିଆ ନିକଟରେ ଏକ ଅସ୍ଥାୟୀ ପୋଲିସ ପୋଷ୍ଟ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନୁଷ୍ଠାନ ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ଚଳିତ ବର୍ଷ ବାଲିଯାତ୍ରାକୁ ସମଗ୍ର ଓଡ଼ିଶା ବାସୀଙ୍କ ନିକଟରେ ପହଞ୍ଚାଇବା ସହିତ ଏହାକୁ ବିଶ୍ୱସ୍ତରୀୟ କରିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତଶ୍ରୁତି ଦେଇଥିଲେ । ଅନୁଷ୍ଠାନ ମହାନିର୍ଦ୍ଦେଶକ ଜୀବନ କୁମାର ବଡ଼ୁ , ପୂର୍ବତନ ସଭାପତି ଅଭୟ ବଡ଼ଜେନା, ଉପଦେଷ୍ଟା ଅଶୋକ ପାତ୍ର ଯୋଗଦେଇ ଚଳିତ ବର୍ଷ ବାଲିଯାତ୍ରାକୁ ନିଆରା ଢଙ୍ଗରେ କରିବା ପାଇଁ ସମସ୍ତ ସ୍ୱଚ୍ଛାସେବୀ ଓ ସଦସ୍ୟ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ଟ୍ରାଫିକ, ପାର୍କିଂ, ଗମନାଗମନ, ପଡ଼ିଆ ସୁରକ୍ଷା ,ରାସ୍ତା ଆଲୋକୀକରଣ,ଓଡ଼ିଆ କଳା,ଐତିହ୍ୟ ପ୍ରଚାର ପ୍ରସାର,ସାମାଜିକ ବାର୍ତ୍ତା,ପ୍ରାଚୀନ ଓଡ଼ିଆ ନୌବାଣିଜ୍ୟ, ସଂସ୍କୃତିକ କାର୍ଯ୍ୟକ୍ରମ,ଓଡ଼ିଆ ପାରମ୍ପାରିକ କାର୍ଯ୍ୟକ୍ରମ, ଓଲିଉଡ଼ ଓ ବଲିଉଡ଼ର କଳାକାରଙ୍କୁ ଆଣିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଅଧିକ ସ୍ଥାନରେ ୮୦୦ରୁ ଊଦ୍ଧ୍ୱର୍ ଷ୍ଟଲ ସହ ରାମଦୋଳିୀ ଓ ମିନାବଜାର ରହିବ । ଆବର୍ଜନା ପରିଚାଳନା ,ଶୌଚାଳୟ, ପ୍ରଦୁର୍ଷଣମୁକ୍ତ ସବୁଜ ବାଲିଯାତ୍ରା କରିବା ପାଇଁ ବିଏମସିର ସହଯୋଗ ଲୋଡ଼ାଯାଇଥିଲା ।

 

Leave A Reply

Your email address will not be published.