ଭୁବନେଶ୍ୱର(ଆମ ଟିଭି): ଆଜି ଭୁୂବନେଶ୍ୱର ପାଳୁଛି ତାର ଜନ୍ମ ଦିନ । ଆଜିଠୁ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ । ଏଥିପାଇଁ ଉତ୍ସବ ମୁଖର ପୂରା ଭୁବନେଶ୍ୱର। ଆଜିଠାରୁ ୧୫ ତାରିଖ ପର୍ୟ୍ୟନ୍ତ ତିନି ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ । ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲରେ ଏହି ଉତ୍ସବ ଆୟୋଜନ କରାଯାଉଛି ।
ଓଡ଼ିଶା ବିଧାନସୌଧ ସମ୍ମୁଖ ତଥା ରାଜଧାନୀ ଶିଳାନ୍ୟାସ ଫଳକ ସାମ୍ନା, ଉତ୍କଳ ମଣ୍ଡପରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ ହେବ । ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର, ନେତା, ପ୍ରଶାସନିକ ଅଧିକାରୀ ଓ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଆଜି ପ୍ରଥମ ଦିନର ଆରମ୍ଭ ପରେଡରୁ କରାଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ ।