ଭୁବନେଶ୍ୱର (ଆମ ଟିଭି): ଏକତା ଏବଂ ସଦଭାବନାର ନିଦର୍ଶନ ରୂପେ କ୍ରେଡ଼ାଇ, ଭୁବନେଶ୍ୱରର ଏମ୍ ପି ବୃଦ୍ଧାଶ୍ରମରେ ପାଳନ କରିଛି ‘ଯତ୍ନ ଏବଂ ସଦଭାବନା’ ଦିବସ’ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଆଶ୍ରମ ପ୍ରତି କୃତଜ୍ଞତା, ସ୍ନେହ ଏବଂ ସମ୍ମାନ ପ୍ରକାଶ କରିବା। ଏହି କାର୍ଯକ୍ରମର ମୂଳ ଲକ୍ଷ ଥିଲା ଆଶ୍ରମ ବାସୀଙ୍କ ସହ କିଛି ଉତ୍କର୍ଷ ସମୟ ବିତାଇବା ସହିତ, ଏହାର ଅନ୍ତଃବାସୀଙ୍କ ପାଇଁ କାଠ ଖଟ ଓ ଆଶ୍ରମ ପରିସରରେ ଷ୍ଟିଲ୍ ରେଲିଂ ନିର୍ମାଣ କରି ସଦଭାବନାର ଏକ ଉଦାହରଣ ସୃଷ୍ଟି କରିବା, ଯାହା ଆଶ୍ରମ ସ୍ଥିତ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱଳ୍ପ ଆରାମ ଏବଂ ସୁରକ୍ଷା ବୃଦ୍ଧି କରିବ ।
ଏହି ପଦକ୍ଷେପ କ୍ରେଡ଼ାଇ କେୟାର୍ସ ଅଭିଯାନର ଏକ ଅଂଶ, ଯାହା ସମାଜ କଲ୍ୟାଣ ଏବଂ ଅର୍ଥପୂର୍ଣ୍ଣ ସାମାଜିକ ପ୍ରସାର ଉପରେ କେନ୍ଦ୍ରିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ କ୍ରେଡ଼ାଇ ଭୁବନେଶ୍ୱରର ଟିମର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିଲେ: କ୍ରେଡ଼ାଇ ଭୁବନେଶର ର ସମ୍ପାଦକ ଶ୍ରୀ ଜଗତ କୁମାର କର, ଉପାଧ୍ୟକ୍ଷ ଶ୍ରୀ ସୌମ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ବେହୁରିଆ, କାର୍ଯ୍ୟନିର୍ବାହୀ ସଦସ୍ୟ ମାନଙ୍କ ମଧ୍ୟରେ ଥିଲେ ଶ୍ରୀ ଚିନ୍ମୟ ମୁଦୁଲି, ଶ୍ରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଶ୍ରୀ ଏ.କେ. ପାଢ଼ୀ, ଏବଂ ଶ୍ରୀ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ ମନୋଜ୍ ନାୟକ
କ୍ରେଡ଼ାଇର ସମସ୍ତ ସଦସ୍ୟଙ୍କ ଉପସ୍ଥିତି ଏବଂ ସମର୍ଥନ କେବଳ ଭୁବନେଶ୍ୱରର ସହରାଞ୍ଚଳ ଭିତ୍ତିଭୂମି ଆବଶ୍ୟକତା ପୂରଣ କରିବା ପାଇଁ ନୁହେଁ ବରଂ ଏହାର ସାମାଜିକ ଏବଂ ମାନବିକ ଦାୟିତ୍ୱ ପୂରଣ କରିବା ପାଇଁ କ୍ରେଡ଼ାଇର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲା ଅର୍ଥାତ, “ସେମାନେ ଆମର ଯତ୍ନ ନେଇଥିଲେ… ଏବେ ସେମାନଙ୍କର ଯତ୍ନ ନେବାର ସମୟ ଆମର “।
କ୍ରେଡାଇ ଭୁବନେଶ୍ୱର ହେଉଛି କନଫେଡେରେସନ ଅଫ ରିଅଲ ଇଷ୍ଟେଟ୍ ଡେଭଲପର୍ସ ଆସୋସିଏସନ୍ସ ଅଫ ଇଣ୍ଡିଆର ଏକ ଶାଖା, ଯାହା ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ୍ ଡେଭଲପରମାନଙ୍କୁ ପ୍ରତିନିଧିତ୍ୱ କରେ ଏବଂ ପ୍ରଭାବଶାଳୀ ସାମୁଦାୟିକ ସେବା ପଦକ୍ଷେପ ସହିତ ରାଜ୍ୟରେ ନୈତିକ, ସ୍ୱଚ୍ଛ ଏବଂ ଦାୟିତ୍ୱପୂର୍ଣ୍ଣ ରିଅଲ ଇଷ୍ଟେଟ୍ ବିକାଶକୁ ପ୍ରୋତ୍ସାହିତ କରେ।