ଭୁବନେଶ୍ୱର,ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଭୁବନେଶ୍ୱର ଓ ଲାଲଚାନ୍ଦ ଫାଉଣ୍ଡେସନ, ଭୁବନେଶ୍ୱର ସହଯୋଗରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସହୀଦନଗରରେ କରାଯାଇଅଛି ।
ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଯକ୍ଷ୍ମାରୋଗୀଙ୍କୁ ପୋଷଣ ସହାୟତା ପ୍ରଦାନ କରାଯାଇଥାଏ । ଏଥିରେ ଯେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ସର୍ବନିମ୍ନ ୬ ମାସ କିମ୍ବା ସର୍ବାଧିକ ୩ ବର୍ଷ ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଯକ୍ଷ୍ମା ରୋଗୀ ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ପ୍ରତ୍ୟେକ ରୋଗୀଙ୍କୁ ପୋଷଣ ସହାୟତା ପ୍ରଦାନ କରିଥାନ୍ତି । ପୋଷଣ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ବା ସଂସ୍ଥାକୁ ନିକ୍ଷୟ ମିତ୍ର କୁହାଯାଇଥାଏ। ଭୁବନେଶ୍ୱର ସ୍ଥିତ ଲାଲ ଚାନ୍ଦ ଫାଉଣ୍ଡସନ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ଯକ୍ଷ୍ମା ରୋଗୀ ଙ୍କ ମଧ୍ୟରୁ ୨୦୦ ଯକ୍ଷ୍ମା ରୋଗୀଙ୍କୁ ୬ ମାସ ପାଇଁ ପୋଷ୍ୟ ଭାବେ ଗ୍ରହଣ କରି ପୋଷଣ ସହାୟତା ପ୍ରଦାନ କରୁଛନ୍ତି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମା ଅଧିକାରୀ ଙ୍କ ତରଫରୁ ଲାଲ ଚାନ୍ଦ ଫାଉଣ୍ଡେସନ କୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି କଯ୍ୟକର୍ମରେ ନିମ୍ନଲିଖିତ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଉପସ୍ଥିତ ସମସ୍ତ ଯକ୍ଷ୍ମା ସଂକ୍ରମିତ ବ୍ୟକ୍ତି ମାନଙ୍କୁ ଫୁଡ ବାସ୍କେଟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଡାକ୍ତର ସୁମନ ସୁନ୍ଦରାୟ, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଭୁବନେଶ୍ୱର, ଡାକ୍ତର ଏମ ଏସ ସମଦ ଖାନ୍, ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା), ଭୁବନେଶ୍ୱର,ଶ୍ରୀ ଗୁରୁ ଚରଣ ମନ୍ତ୍ରୀ, ଜିଲ୍ଲା ସଂଯୋଜକ(ପି.ପି.ପି)
ଡ଼ଃ ଐଶ୍ୱରିଆ ମହାପାତ୍ର, ସ୍ୱାସ୍ଥ୍ୟ ଅଧିକାରୀ, ସହୀଦ ନଗର ସ୍ୱାସ୍ଥ୍ୟକେନ୍ଦ୍ର
କିଷାନ ଗୁପ୍ତା, ଶାଇନାଥ ପଣ୍ଡା,
ଅଜିଦ ହଂସ ନିର୍ଦ୍ଦେଶକ ଲାଲ ଚାନ୍ଦ ଫାଉଣ୍ଡେସନ, ରିଚ ଅନୁଷ୍ଠାନ ତରଫରୁ ଡାକ୍ତର ରୀତା ସାହୁ, ଅପରେସନ ଆଶା ତରଫରୁ ତପନ କୁମାର ଏବଂ କଳିଙ୍ଗ ଟିବି ସରଭାଇବର ଜିଲ୍ଲା ସଂଯୋଜିକା ଏସ୍ ପୂଜା ଉପସ୍ଥିତ ରହି ଏକ ଶହ ଟିବି ସଂକ୍ରମିତ ବ୍ୟକ୍ତି ଙ୍କୁ ଏହି ଫୁଡ ବାସ୍କେଟ ପ୍ରଦାନ କରିଥିଲେ |

Leave A Reply

Your email address will not be published.