ଭୁବନେଶ୍ୱର (ଆମ ଟିଭି): ଗତ ୩ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ରାଜଧାନୀରେ ସ୍ଥିତି ବେହାଲ ହୋଇଛି । ମାତ୍ର କିଛି ଘଂଟାର ବର୍ଷାରେ ରାଜଧାନୀର ଅନେକ ସ୍ଥାନ ଜଳମଗ୍ନ ହୋଇ ପଡିଛି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସ୍କିଲ ହୋଇପଡିଛି । ସେହିପରି କଟକ ସହରରେ ବି ସ୍ଥିତି ସଙ୍ଗୀନ ।
ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଘର ଭିତରେ ବି ପାଣି ପଶି ଯାଇଛି । ଯାହାଫଳରେ ହନ୍ତସନ୍ତ ହୋଇଛନ୍ତି ଲୋକେ । ଅସରାଏ ବର୍ଷାରେ ଟ୍ୱିନ୍ ସିଟିରେ ଏଭଳି ସ୍ଥିତି ପାଇଁ ଡ୍ରେନେଜ୍ ବ୍ୟବସ୍ଥା କୁ ଦାୟୀ କରାଯାଉଛି ।