ଭୂପେନ୍ଦ୍ର ସିଂ ଧରିବେ ଉତ୍ତରପ୍ରଦେଶ ବିଜେପିର ମଙ୍ଗ: ହେଲେ ନୂଆ ସଭାପତି

0

ଲକ୍ଷେ୍ନø (ଆମ ଟିଭି): ଉତ୍ତରପ୍ରଦେଶରେ ବିଜେପିର ମଙ୍ଗ କିଏ ଧରିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହାରି ଭିତରେ ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ବିଜେପି ପକ୍ଷରୁ ନୂଆ ଅଧ୍ୟକ୍ଷ ଚୟନ କରାଯାଇଛି । ଏହି କ୍ରମରେ ଦଳର ହାଇକମାଣ୍ଡ ଚୌଧୁରୀ ଭୂପେନ୍ଦ୍ର ସିଂଙ୍କ ନାମରେ ମୋହର ମାରିଛନ୍ତି । ଭୂପେନ୍ଦ୍ର ଯୋଗୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ସେ ବୁଧବାର ଦିନ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିବା ପରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ସେପଟେ ଚୌଧୁରୀ ଭୂପେନ୍ଦ୍ର ସିଂ ଜାଟ୍ ସମାଜରୁ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କ ରାଜ୍ୟ ଅଧ୍ୟକ୍ଷ ଭାବେ ଚୟନ କରି ଜାଠ୍ ଭୋଟ ଉପରେ ବିଜେପିର ନଜର କରିଛି ବୋଲି କୁହାଯାଉଛି ।

ଉତ୍ତର ପ୍ରଦେଶରେ ବିଜେପିର ନୂଆ ଅଧ୍ୟକ୍ଷ ପଦକୁ ନେଇ ଦୀର୍ଘଦିନ ହେବ ଅଟକଳ ଜାରି ରହିଥିଲା । ଏହି କ୍ରମରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ, ଦିନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ସାଂସଦ ହରୀଶ ଦ୍ୱିବେଦୀ, ସୁବ୍ରତ ପାଠକ ଓ କେନ୍ଦ୍ରମନ୍ତ୍ରୀ ବିଏଲ ବର୍ମାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ସବୁ କଳ୍ପନାଜଳ୍ପନାକୁ ହଟାଇ ଭୂପେନ୍ଦ୍ର ସିଂଙ୍କ ନାଁରେ ମୋହର ମାରିଛି ଦଳ ।

Leave A Reply

Your email address will not be published.