ଗିଫ୍ଟ ଛାତ୍ରଛାତ୍ରୀଙ୍କ ସଫଳତା

0

ଭୁବନେଶ୍ୱର (ଆମ ଟିଭି): ଗଙ୍ଗପଡ଼ା ସ୍ଥିତ ଗିଫ୍ଟ ସ୍ଵୟଂଶାସିତ କଲେଜର ମେକାନିକାଲ ବିଭାଗର ତୃତୀୟ ବର୍ଷର ଛାତ୍ରଛାତ୍ରୀ, ଯଥା – ଶିବପ୍ରସାଦ ବେହେରା, ସ୍ଵପ୍ନଶ୍ଵର ମହାନ୍ତି, କୀର୍ତି ସ୍ୱରୂପ ମହାନ୍ତି ଓ ନୀଳକଣ୍ଠ ବେହେରା ପ୍ରମୁଖ ରାଜସ୍ଥାନର ପୂର୍ଣ୍ଣିମା କଲେଜ ଅଫ୍ ଇଂଜିନିୟରିଂରେ ହୋଇଥିବା ତୃତୀୟ ଆର୍ନ୍ତଜାତୀୟ ସମ୍ମିଳନୀରେ ଭାଗ ନେଇଥିଲେ ।

ଏହି ସମ୍ମିଳନୀର ଶିର୍ଷକ “ସଷ୍ଟେନେବଲ ଏନର୍ଜୀ
ଏନ୍‌ଭାରମଣ୍ଟ ଆଣ୍ଡ ଗ୍ରୀନ୍ ଟେକ୍ନୋଲୋଜୀ” (ICSEEGT-2023) ଉପରେ ଆଧାରିତ ହୋଇଥିଲା । ଏଥିରେ ଗିଫ୍ଟ ଛାତ୍ରଛାତ୍ରୀମାନେ ତାଙ୍କର ଗବେଷଣାତ୍ମକ ନିବନ୍ଧଟିକୁ ପାଠ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ରିସର୍ଚ୍ଚକୁ ଗିପ୍ଟର ଡିନ୍ ଆର ଆଣ୍ଡ ଡି ଡଃ ଅମର କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରଛାତ୍ରୀମାନେ କରିଥିଲେ ।

ଏଥିପାଇଁ କଲେଜର ଅଧ୍ୟକ୍ଷ ଡଃ. ଶରତ କୁମାର ମହାରଣା ଓ ଡାଇରେକ୍ଟର ଡଃ. ପତିତପାବନ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.