ମହାଦେବ ଆପ୍ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦୁବାଇରୁ ଗିରଫ ହେଲା ରବି ଉପ୍ପଲ
ନୂଆଦିଲ୍ଲୀ (ଆମ ଟିଭି): ମହାଦେବ ଆପ୍ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁବାଇରୁ ଗିରଫ ହେଲା ସହ-ସଂସ୍ଥାପକ ରବି ଉପ୍ପଲ। ଇଡିର ଅପିଲ ପରେ ଦୁବାଇ ପୋଲିସର ଆକ୍ସନ। ଇଡ଼ିର ନିବେଦନ ପରେ ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ। ତାକୁ ଭାରତକୁ ଆଣିବା ପାଇଁ ଆଲୋଚନା କରାଯାଉଛି।
ସୂଚସୂ ନାନୁସାରେ, ରବି ଉପ୍ପଲଙ୍କୁ ଗତ ସପ୍ତାହରେ ଦୁବାଇରେ ଗିରଫ କରାଯାଇଥିଲା। ତାଙ୍କୁ ଭାରତ ପଠାଇବା ପାଇଁ ଇଡି ଅଧିକାରୀ ଦୁବାଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଭାରତରେ ଛତିଶଗଡ ଏବଂ ମୁମ୍ବାଇ ପୋଲିସ ଉପ୍ପଲ ବିରୋଧରେ ତଦନ୍ତ କରୁଛି। ଏପଟେ ଇଡି ମହାଦେବ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି। ରବି ହେଉଛି ମହାଦେବ ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରର ସହଯୋଗୀ ।