ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୯ଜଣଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର (ଆମ ଟିଭି): ଦୁର୍ନୀତିଗ୍ରସ୍ତଙ୍କ ଉପରେ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ । ୯ ଜଣ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ କାରଣରୁ ଏହି ଅଧିକାରୀଙ୍କ ଉପରେ ଶକ୍ତ ପ୍ରହାର କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ସସପେଣ୍ଡ, ୨ ଜଣଙ୍କ ପେନସନ ବନ୍ଦ କରାଯାଇଛି । ଅଧିକାରୀଙ୍କ ମଧ୍ୟରେ ୬ ଜଣ ଇଞ୍ଜିନିୟର, ଜଣେ ଓଏଏସ ଅଫିସର, ଜଣେ ସିଡିଭିଓ ଓ ଜଣେ ସାମାଜିକ ଶିକ୍ଷା ସଂଗଠକ ରହିଛନ୍ତି ।

ତେବେ ଆଜିର ୯ ଜଣଙ୍କୁ ମିଶାଇ ରାଜ୍ୟ ସରକାର ୧୭୩ ଜଣଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି । ଦୁର୍ନୀତିରେ ଲିପ୍ତ ଥିବା ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଶାସନ ପ୍ରଦାନ ଦେଇ ମୁଖ୍ୟମନ୍ତ୍ରୀ ସର୍ବଦା ନୈତିକତା ଓ ସାଧୂତା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ।

Leave A Reply

Your email address will not be published.