ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ ବର୍ଷାରେ ଧାନର ବିଲରେ ଗଜା ହୋଇଗଲାଣି। ଅନେକ ସ୍ଥାନରେ ମଣ୍ଡି ମାନଙ୍କରେ ମଧ୍ୟ ସମାନ ଅବସ୍ଥା। ଏହାକୁ ଦୃଷ୍ଟିରେ ରଖି ଧାନର ମାନ କମ୍‌ ଥିଲେ ବି କିଣିବାକୁ ଘୋଷଣା କରିଛନ୍ତି ସରକାର।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ, ”ବର୍ଷ କାରଣରୁ ‘ବର୍ଷା ପାଇଁ କ୍ବାଲିଟି କମ୍‌ ଥିଲେ ବି କମ୍ପରମାଇଜ୍‌ କରାଯିବ। ସମସ୍ତ ଚାଷୀଙ୍କ ଧାନ କିଣାଯିବ, ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଟୋକନ୍‌ ଲାପ୍ସ କଲେ ଚାଷୀଙ୍କୁ ଅଧିକ ୧୫ ଦିନ ମହଲତ ମିଳିବ। ଏହାପରେ ମଧ୍ୟ ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ। ତେବେ ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି।

ସେପଟେ ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ ଚାଷୀମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି। ଏହାରି ମଧ୍ୟରେ କୃଷକଙ୍କ ଲାଗି ଖୁସି ଖବର ଦେଇଛନ୍ତି ମନ୍ତ୍ରୀ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର କହିଛନ୍ତି ଯେ, ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଅଦିନିଆ ବର୍ଷା ହେତୁ ଫସଲର କ୍ଷତି ପାଇଁ ରାଜ୍ୟ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। ସୋମବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଅଯଥା ବର୍ଷା ହେତୁ ଫସଲ କ୍ଷୟକ୍ଷତିର ସଠିକ୍ ମୂଲ୍ୟାଙ୍କନ କରିବାକୁ ଜିଲା ପ୍ରଶାସନକୁ କୁହାଯାଇଛି।

Leave A Reply

Your email address will not be published.