ବଲିଉଡ୍କୁ ବଡ଼ ଝଟକା; ଚାଲିଗଲେ ହାସ୍ୟ ଅଭିନେତା ସତୀଶ ଶାହ
ଆରପାରିରେ ବଲିଉଡ୍ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ । ଆଜି ଦ୍ୱିପହର ୨ଟା ୩୦ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସତୀଶ । ଦୀର୍ଘଦିନ ଧରି ସେ କିଡନି ରୋଗରେ ପୀଡ଼ିତ ଥିଲେ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କାର୍ଯ୍ୟ ହେବ ।
୭୪ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ବଲିଉଡ୍ର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ । ଜଣକ ପରେ ଜଣେ ଭେଟେରାନ୍ ହାସ୍ୟ ଅଭିନେତାଙ୍କ ନିକଟରେ ଦେହାନ୍ତ ହୋଇଛି । ଆଉ ଏବେ ସତୀଶଙ୍କ ମୃତ୍ୟୁ ବଲିଉଡ୍ରେ ଶୋକର ଛାୟା ଖେଳାଇ ଦେଇଛି । ସତୀଶ ଶହ ଶହଶହ ଫିଲ୍ମରେ କାମ କରିଛନ୍ତି । ଏମିତିକି ଟିଭି ସୋ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ । ‘ସାରାଭାଇ ଭର୍ସେସ ସାରାଭାଇ’ ସିରିଏଲ୍ରେ ଇନ୍ଦୁ ଚରିତ୍ରରେ ଦମଦାର ଅଭିନୟ କରିଥିଲେ ସତୀଶ ।
ସୂଚନା ମୁତାବକ,’Sarabhai vs Sarabhai’, ‘Jaane Bhi Do Yaaro’, and ‘Main Hoon Na’ରେ ତାଙ୍କ ଭୂମିକା ପାଇଁ ଲୋକପ୍ରିୟ ସତୀଶଙ୍କର କିଡନି ସମ୍ବନ୍ଧୀୟ ସମସ୍ୟା ଥିଲା। କିଛି ବର୍ଷ ହେବ ସେ ଏହି ସମସ୍ୟା ସହ ଲଢ଼ୁଥିବା ବେଳେ କିଛି ଦିନ ତଳେ ତାଙ୍କର କିଡନି ପ୍ରତିରୋପଣ କରାଯାଇଥିଲା। ଏହା ସତ୍ତ୍ବେ ବି ତାଙ୍କୁ ବଞ୍ଚାଯାଇପାରିନଥିଲା । ମୃତ୍ୟୁ ପରେ ଏବେ ତାଙ୍କ ଶରୀର ହସ୍ପିଟାଲରେ ରହିଛି । ରବିବାର ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରଖିଛନ୍ତି ପରିବାର ।