ମଣିପୁରରେ ଜେଡିୟୁକୁ ବଡ଼ ଝଟକା, ୬ ବିଧାୟକରୁ ପାଞ୍ଚ ଛାଡ଼ିଲେ ଜେଡିୟୁ ହାତ
ନୂଆଦିଲ୍ଲୀ(ଆମ ଟିଭି): ମଣିପୁରରେ ଜେଡିୟୁକୁ ବଡ ଝଟକା। ବିହାରରେ ନୀତିଶ କୁମାରଙ୍କ ଦ୍ୱିତୀୟ ସଂସ୍କରଣ ଜୋରଦାର ଆରମ୍ଭ ହୋଇଥିବା ବେଳେ ସେପଟେ ମଣିପୁରରେ ସଫା ହୋଇଯାଇଛି ନୀତିଶଙ୍କ ଜେଡିୟୁ । ମଣିପୁରରେ ଜେଡିୟୁର ୬ ଜଣ ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ବିହାର ବିଜେପିର ବରିଷ୍ଠ ନେତା ସୁଶିଲ ମୋଦୀ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡିୟୁ ମୁକ୍ତ ହୋଇଛି ।
ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ମଣିପୁରର ୬ ବିଧାୟକଙ୍କ ମଧ୍ୟରୁ ୫ ବିଧାୟକ ବିଜେପି ସରକାରଠାରୁ ସମର୍ଥନ ଫେରାଇ ନେବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ସେମାନେ ନୀତିଶଙ୍କ ଦଳ ଜେଡିୟୁ ଛାଡ଼ି ସିଧା ବିଜେପିରେ ସାମିଲ ହେବେ ବୋଲି ଜଣାନଥିଲା । ଯାହାକି ଏବେ ନୀତିଶଙ୍କୁ ଜୋରଦାର ଝଟ୍କା ଦେଇଛି ।