ୟୁପିଆଇରେ ବଡ ପରିବର୍ତ୍ତନ; ଏପ୍ରିଲ୍ ୧ରୁ ନୂଆ ନିୟମ ଲାଗୁ ଦେଶ-ବିଦେଶଟେକ୍ନୋଲୋଜିନିଉଜ ଆଲର୍ଟ
ୟୁପିଆଇ ସାହାଯ୍ୟରେ ଅଧିକାଂଶ ଲୋକେ ଖୁବ୍ କମ୍ ସମୟ ଓ ସହଜରେ ଟଙ୍କା ନେଣଦେଣ କରିଥାନ୍ତି । ମାତ୍ର ବର୍ତ୍ତମାନ ୟୁପିଆଇକୁ ନେଇ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଭାରତୀୟ ଜାତୀୟ ପେମେଣ୍ଟ ନିଗମ (ଏନ୍ପିସିଆଇ) ୧ ଏପ୍ରିଲ୍ ୨୦୨୫ରେ ଲାଗୁ ହେବାକୁ ଯାଉଥିବା ନିୟମ ଜାରି କରିଛି । ୟୁପିଆଇର ସୁରକ୍ଷା ବୃଦ୍ଧି କରିବା ପାଇଁ ଏନ୍ପିସିଆଇ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ।
ଏନ୍ପିସିଆଇ ନିଜର ଅଫିସିଆଲ୍ ପୋର୍ଟାଲରେ ନୂଆ ଅପଡେଟ୍ ଜାରି କରିଛି ।
ବ୍ୟାଙ୍କ ସେହି ମୋବାଇଲ୍ ନମ୍ବରକୁ ନିୟମିତ ରୂପରେ ଡିଲିଟ୍ କରିବେ, ଯାହା ବନ୍ଦ ହୋଇ ସାରିଛି । କିମ୍ବା ବ୍ୟବହାର କରାଯାଉନାହିଁ । ଏହି ଅପଡେଟ୍ ସପ୍ତାହକୁ ଥରେ ନିଶ୍ଚୟ କରାଯିବ । ନୂଆ ନିୟମ ସାହାଯ୍ୟରେ ଏନ୍ପିସିଆଇ ଭୁଲ୍ ଟଙ୍କା ନେଣଦେଣକୁ ରୋକି ପାରିବ । ଏହାସହ ୟୁପିଆଇ ପେମେଣ୍ଟ ସିଷ୍ଟମକୁ ଅଧିକରୁ ଅଧିକ ସୁରକ୍ଷିତ କରି ପାରିବ । ଏହି ନୂଆ ନିୟମ ଆସନ୍ତା ମାସ ଅର୍ଥା୍ ୧ ଏପ୍ରିଲରୁ ଲାଗୁ ହେବ ।
ଗତ ବର୍ଷ ଜୁଲାଇରେ ଏନ୍ପିସିଆଇର ଏକ ବୈଠକ ହୋଇଥିଲା । ଏନ୍ପିସିଆଇ ୧୬ ଜୁଲାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ, ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ ନିୟମିତ ଭାବେ ସେମାନଙ୍କର ସିଷ୍ଟମକୁ ଅପଡେଟ୍ କରିବେ । ଏହି ବୈଠକ ସମୟରେ ଅନେକ ଗ୍ରୁପ୍ରେ ଚର୍ଚ୍ଚା କରାଯାଇଥିଲା । ଏହାର ବୈଠକର ଉଦ୍ଦେଶ୍ୟ ୟୁପିଆଇ ନମ୍ବର
ନୂଆ ନିୟମ ଅନୁଯାୟୀ ବ୍ୟାଙ୍କ ଓ ପେମେଣ୍ଟ ସେବାକୁ ନିଜ ତାଲିକାରେ ନିୟମିତ ଅପ୍ଡେଟ୍ କରାଯାଇ ପାରିବ ।
ନମ୍ବର ସେହି ସମୟରେ ହିଁ ଅପ୍ଡେଟ୍ ହେବ, ଯେତେବେଳେ ଆପଣଙ୍କ ଅନୁମତି ମିଳିବ । ଆପ୍ରେ କଦାପି ବାଧ୍ୟତାମୂଳକ ମେସେଜ୍ ମିଳିବ ନାହିଁ । ୟୁପିଆଇ ଉପଭୋକ୍ତାଙ୍କର ପଞ୍ଜିକୃତ ମୋବଇଲ୍ ନମ୍ବର ଗୁଡିକୁ ଅପ୍ଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ ହେବ । ଏହା ଉପଭୋକ୍ତାଙ୍କର ଅନୁମତି ନେବ । ଅପ୍ଟ-ଇନ୍ ବିକଳ୍ପ ରହିବ । କୌଣସି ବାଧ୍ୟତାମୂଳକ ସମ୍ମତି ପ୍ରକ୍ରିିୟା ହେବ ନାହିଁ ।
ଏହି ନିୟମ ଅନୁସାରେ ବ୍ୟାଙ୍କଗୁଡିକରେ ନିୟମିତ ବନ୍ଦ ହୋଇଥିବା କିମ୍ବା ନୂଆ ଉପଭୋକ୍ତାଙ୍କ ପାଇଁ ପୁନଃ ବଣ୍ଟନ ମୋବାଇଲ୍ ନମ୍ବର ଗୁଡ଼ିକୁ ଡିଲିଟ୍ କରାଯିବ । ଏହାର ୟୁପିଆଇରେ ହେଉଥିବା ତ୍ରୁଟିକୁ ରୋକିବାରେ ସାହାଯ୍ୟ କରିବ । ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ନିୟମ ବେଶ ଗୁରୁତ୍ୱପୂର୍ଣ୍ଣ ।
ଏନ୍ପିସିଆଇ ୧୬ ଜୁଲାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ, ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ ନିୟମିତ ଭାବେ ସେମାନଙ୍କର ସିଷ୍ଟମକୁ ଅପଡେଟ୍ କରିବେ । ଏହି ପଦକ୍ଷେପ ଉପଭୋକ୍ତାଙ୍କୁ ଠକେଇରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିବ ।