ନୂଆଦିଲ୍ଲୀ (ଆମ ଟିଭି): ସୀମା ହାଇଦରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମାଙ୍କୁ ନେଇ ତଦନ୍ତ ଜୋର୍ ଧରିଛି। ଏହି ଘଟଣାର ତଦନ୍ତ କରି ନୋଇଡ଼ା ପୁଲିସ୍ ଦୁଇ ଜଣ ଭାରତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ଦୁଇ ଅଭିଯୁକ୍ତ ପାକିସ୍ତାନୀ ମହିଳା ସୀମା ଓ ହିନ୍ଦୁସ୍ତାନୀ ଯୁବକ ସଚିନଙ୍କ ବିବାହ ପାଇଁ ଆବଶ୍ୟକୀୟ ନକଲି ପ୍ରମାଣପତ୍ର କରାଇବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୟୁପିର ବୁଲନ୍ଦସର୍ର ପୁଷ୍ପେନ୍ଦ୍ର ଏବଂ ପୱନ। ପୁଲିସ୍ ସେ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ପ୍ରାୟ ୧୫ଟି ନକଲି ଆଧାରକାର୍ଡ ଜବତ କରିଛି। ସେ ଦୁଇ ଜଣଙ୍କୁ ଗତ ୩ ଦିନ ହେବ ଜେରା କରାଯାଉଛି। ପୁଷ୍ପେନ୍ଦ୍ର ଏବଂ ପୱନ ଉତ୍ତରପ୍ରଦେଶର ବୁଲନ୍ଦସରର ଅହମଦାଗଡ଼ରେ ଥିବା ଜନସେବା କେନ୍ଦ୍ର ଚଳାନ୍ତି।