କରୋନା ନେଇ ଆସିଲା ବଡ ଖବର, କଟକରେ ଜଣେ ଆକ୍ରାନ୍ତ ଚିହ୍ନଟ, ଘରୋଇ ହସପିଟାଲରେ ଭର୍ତ୍ତି

0

ଭୁବନେଶ୍ବର (ଆମ ଟିଭି): ଏବେ ପୁଣି ଥରେ କରୋନା ଡରାଇବା ଆରମ୍ଭ କଲାଣି। ଧିରେଧିରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି କଟକର ଜଣେ 45 ବର୍ଷିୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ସେ ଗତ କିଛି ଦିନ ଧରି ଥଣ୍ଡା ଜ୍ବରରେ ଆକ୍ରାନ୍ତ ଥିଲେ। ତାଙ୍କର ସ୍ବାବ ପରୀକ୍ଷା ପରେ ପଜେଟିଭ ବୋଲି ରିପୋର୍ଟ ଆସିଛି। ଏ ନେଇ କଟକ ସିଡିଏମଓ କହିଛନ୍ତି ଯେ, ଆକ୍ରାନ୍ତଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି।

ଏହା ପୂର୍ବରୁ ଭୁବନେଶ୍ବରରେ ଜଣେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛି। ସେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଦିଲ୍ଲୀରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ତେବେ ଓଡିଶାରେ ଏପରି ଗୋଟିଏ ପରେ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଆହ୍ବାନ ସୃଷ୍ଟି ହୋଇଛି।

Leave A Reply

Your email address will not be published.