ନୂଆଦିଲ୍ଲୀ (ଆମ ଟିଭି): ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି କି? ତାହେଲେ ଆପଣଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ ରାସନ୍ କାର୍ଡରେ ମାଗଣା ରାସନର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉତ୍ତରପ୍ରଦେଶର ୧୫ କୋଟି କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାର ବଡ ଖବର ଦେଇଛନ୍ତି। ୟୁପିରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସେପ୍ଟେମ୍ବର ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଯୋଜନାର ଷଷ୍ଠ ପର୍ୟ୍ୟାୟ ହେବ ଏବଂ ୪୪.୬୧ ଲକ୍ଷ ମେଟ୍ରିକ୍ ଟନ୍ ରାସନ ବଣ୍ଟନ କରିବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ଏହି ଯୋଜନାରେ ରାସନ୍ କାର୍ଡଧାରୀମାନଙ୍କୁ ମାଗଣା ରେସନ ପ୍ରଦାନ କରାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ୧୫ କୋଟି ଲୋକଙ୍କୁ ଉପକୃତ କରିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ, ଏପ୍ରିଲରୁ ସେପ୍ଟେମ୍ବର ୨୦୨୨ ପର୍ୟ୍ୟନ୍ତ କାର୍ଡଧାରୀଙ୍କୁ ୫ କିଲୋଗ୍ରାମ ଅତିରିକ୍ତ ରାସନ ବଣ୍ଟନ କରିବାର ବ୍ୟବସ୍ଥା ରହିଛି। ଏପର୍ୟ୍ୟନ୍ତ ଯୋଜନାକୁ ସେପ୍ଟେମ୍ବର ପର୍ୟ୍ୟନ୍ତ ଅନୁମୋଦନ କରାଯାଇଛି। ଏଭଳି ପରିସ୍ଥିତିରେ ହିତାଧିକାରୀମାନେ ଅକ୍ଟୋବରରୁ ଏହି ଯୋଜନାର ଲାଭ ପାଇବେ ନାହିଁ।