ବଡ଼ ଖବର: ଯୁକ୍ତ ୩ ନାମଲେଖା ଆବେଦନର ଅବଧି ବୃଦ୍ଧି କଲେ ସରକାର

0

ଯୁକ୍ତ ୩ ନାମ ଲେଖା ଆବେଦନକୁ ନେଇ ବଡ଼ ଖବର। ବର୍ତ୍ତମାନ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର। ସୂଚନା ମୁତାବକ, ଜୁନ ୧ ତାରିଖ ପର୍ଯ୍ୟନ୍ତ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର।

ଆଜି ଶେଷ ହେଉଥିଲା ଏହି ଆବଧି। ବର୍ତ୍ତମାନ ୧ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିଛି ପିଲା ଅନଲାଇନରେ ସର୍ଭର ତ୍ରୁଟି ଯୋଗୁଁ ଏପର୍ଯ୍ୟନ୍ତ ଆବେଦନ କରିପାରି ନାହାନ୍ତି। ତେବେ ବର୍ତ୍ତମାନ ସରକାର ଏହି ଅବଧିକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

+୩ ନାମଲେଖା ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହୋଇଥିଲା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିଥିଲେ ଆବେଦନ। ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ କରିପାରିବେ।

Leave A Reply

Your email address will not be published.