ଦୀପାବଳି ପୂର୍ବରୁ ଗ୍ରାହକଙ୍କ ବଡ଼ ଝଟକା: ପୁଣି ବଢିଲା ଅମୁଲ କ୍ଷୀରର ଦର

0

ନୂଆଦିଲ୍ଲୀ (ଆମ ଟିଭି): ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା । ଅମୁଲ କ୍ଷୀରର ପୁଣିଥରେ ବଢିଲା ଦର। ଶନିବାର କ୍ଷୀର ମୂଲ୍ୟ ପ୍ରତି ଲିଟରକୁ ଦୁଇ ଟଙ୍କା ବଢିଛି। ଫୁଲ୍ କ୍ରୀମ୍ କ୍ଷୀର ମୂଲ୍ୟ ୬୧ ଟଙ୍କା ପ୍ରତି ଲିଟର ବଢି ଏବେ ୬୩ ଟଙ୍କା ପ୍ରତି ଲିଟର ହୋଇଯାଇଛି। ଏହା ସାଧାରଣ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇପାରେ। ଦେଶରେ ପୂର୍ବରୁ ହିଁ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ଉପରକୁ ଚାଲିଯାଇଛି। ଏହା ପୂର୍ବରୁ ଅମୁଲ ଅଗଷ୍ଟ ମାସରେ କ୍ଷୀର ମୂଲ୍ୟ ବୃଦ୍ଧି କରିଥିଲା। ଅମୁଲ ସେତେବେଳେ ଖର୍ଚ୍ଚ ବଢୁଥିବା କଥା କହି କ୍ଷୀର ଦାମ୍ ବଢାଇଥିଲା।

ଅମୁଲ ଡାଏରୀ ମ୍ୟାନେଜିଂ ଡାଇରେକ୍ଟର ଆରଏସ୍ ସୋଢି କହିଥିଲେ, ଦେଶର କିଛି ଅଂଶରେ ଅମୁଲ ଗୋଲ୍ଡ ଓ ମଇଁଷି କ୍ଷୀର ମୂଲ୍ୟ ଦୁଇଟଙ୍କା ପ୍ରତି ଲିଟର ବୃଦ୍ଧି ହୋଇଥିଲା। ଏହି ବୃଦ୍ଧି କାରଣରୁ ଫ୍ୟାଟ୍ର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି। ତେବେ ଏହି ବୃଦ୍ଧି ଗୁଜରାଟରେ ହୋଇନଥିଲା। ଅମୁଲ ଅଗଷ୍ଟରେ କ୍ଷୀର ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି କରିଥିଲା। ମାର୍ଚ୍ଚରୁ ନେଇ ଏପର୍ୟ୍ୟନ୍ତ କ୍ଷୀର ମୂଲ୍ୟ ୬ ଟଙ୍କା ପ୍ରତି ଲିଟର ବଢିଛି।

Leave A Reply

Your email address will not be published.