କଂଗ୍ରେସକୁ ବଡ଼ ଝଟକା, ଇସ୍ତଫା ଦେଲେ ଗୁଲାମନବୀ ଆଜାଦ
ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସକୁ ଲାଗିଛି ବଡ ଝଟକା । ଦାତ ଛାଡ଼ିଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ । ଗତ କିଛି ଦିନ ଧରି କଂଗ୍ରେସଠୁ ଗୁଲାମ ନବୀ ଦୂରତା ବଜାର ରଖିଥିବା ଦେଖିବାକୁ ମିଳିଥିଲା । ତେବେ ସେ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । କାରଣ ଗୁଲାମ ନବୀ ଆଜାଦଙ୍କ ଭାଇ ହେଉଛନ୍ତି ଲିଆକତ ଅଲ୍ଲୀ ଙ୍କ ପୁଅ ମୁବସର ବିଜେପିର ହାତ ଧରିଛନ୍ତି ।
ସୂଚନା ଥାଉକି, ବିଜେପିରେ ସାମିଲ ହେଲା ପରେ ଲିଆକତ ଏପରି କିଛି କହିଥିଲେ ଯାହାକୁ ନେଇ ଗୁଲାମ ନବୀ ମଧ୍ୟ ପଦ୍ମ ଧରିବେ ବୋଲି ଅନୁମାନ କରାଯାଉଛି । ମୁବସର କହିଥିଲେ ଯେ, କଂଗ୍ରେସ ତାଙ୍କ ଦାଦାଙ୍କୁ ଅପମାନ କରିଛି । ଯାହା ତାଙ୍କୁ ଖୁବ ବାଧିଛି । ତେଣୁ ସେ କଂଗ୍ରେସ ସହ ସମ୍ପର୍କ ଭାଙ୍ଗିଛନ୍ତି । ନିକଟରେ ଗୁଲାମ ନବୀ ରାଜ୍ୟସଭାରୁ ଅବସର ନେଇଛନ୍ତି । ଏହାପରେ କଂଗ୍ରେସ ସହ ତାଙ୍କର ମତାନ୍ତର ଆରମ୍ଭ ହୋଇଥିଲା । କିଛି ଦିନ ପୂର୍ବରୁ କାଶ୍ମୀରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସେପଟେ ରାଜ୍ୟସଭାରେ ଗୁଲାମନବୀଙ୍କ ଅବସର ନେଇ ଭାଷଣ ବେଳେ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ ଆସିଯାଇଥିଲା ।