ଗ୍ରାହକଙ୍କୁ ବଡ଼ ଝଟକା: ପୁଣି କ୍ଷୀର ଦାମ୍ ବଢାଇଲା ଅମୁଲ୍

0

ନୂଆଦିଲ୍ଲୀ (ଆମ ଟିଭି): ଗ୍ରାହକଙ୍କୁ ପୁଣି ଏକ ବଡ଼ ଝଟକା। ପୁଣି କ୍ଷୀର ଦାମ୍ ବଢ଼ାଇଲା ଅମୂଲ । ଅମୂଲ କ୍ଷୀରର ଦାମରେ ପ୍ରତି ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି । ଏହି ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହୋଇଛି । ଏ ନେଇ ଅମୂଲ ପକ୍ଷରୁ ନୂଆ ତାଲିକା ମଧ୍ୟ ଜାରି କରାଯାଇଛି ।

ଯେଉଁଥିରେ ଅମୂଲ ତାଜା ୫୦୦ ଏମଏଲର ଦାମ୍ ୨୭ଟଙ୍କା, ଅମୂଲ ତାଜା ଏକ ଲିଟରକୁ ୨୪ ଟଙ୍କା, ଅମୂଲ ତାଜା ୨ ଲିଟର ୧୦୮ ଟଙ୍କା, ଅମୂଲ ତାଜା ୬ଲିଟର ୩୨୪ ଟଙ୍କା , ଅମୂଲ ତାଜା ୧୮୦ ଏମଏଲ ୧୦ ଟଙ୍କା, ଅମୂଲ ଗୋଲ୍ଡ ୫୦୦ ଏମଏଲ ୩୩ଟଙ୍କା, ଅମୂଲ ଗୋଲ୍ଡ ଏକ ଲିଟର ୬୬ ଟଙ୍କା, ଅମୂଲ ଗୋଲ୍ଡ ୬ଲିଟର ୩୯୬ ଟଙ୍କା । ସେହିପରି ଅମୂଲ ଗାଈ କ୍ଷୀର ୫୦୦ ଏମଏଲ ୨୮ ଟଙ୍କା, ଅମୂଲ ଗାଈ କ୍ଷୀର ଏକ ଲିଟର ୫୬ ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ୫୦୦ ଏମଏଲ ୩୫ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ଏକ ଲିଟର ୭୦ ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ୬ଲିଟର ୪୨୦ ଟଙ୍କା ଧାର୍ୟ୍ୟ କରାଯାଇଛି । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.