ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ବଡ଼ ଝଟକା, କମନୱେଲଥ ଗେମ୍ସରୁ ବାଦ୍ ପଡିଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ (ଆମ ଟିଭି): ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ପୂର୍ବରୁ ଭାରତକୁ ବଡ ଝଟକା । କମନୱେଲଥ ଗେମ୍ସରୁ ବାଦ୍ ପଡିଲେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା। ୨ ଦିନ ପୂର୍ବରୁ ୱାର୍ଲ୍ଡ ଆଥେଲେଟିକ୍ସରେ ରୌପ୍ୟ ଜିତିଥିଲେ ନୀରଜ। ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ପଡ଼ିଛନ୍ତି ବାଦ୍। ଭାରତ ଲଗାତାର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭଲ ପ୍ରଦର୍ଶନ କରି ଆସିଛି । ତେଣୁ ଏଥର ନୀରଜଙ୍କ ଉପରେ ସମସ୍ତଙ୍କର ନଜର ଥିଲା । ଜାଭେଲିନ୍ ଥ୍ରୋରେ ନୀରଜ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତଙ୍କର ଆଶା ଥିଲା । କିନ୍ତୁ ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଉନଥିବା ନେଇ ସ୍ପଷ୍ଟ କରିଛନ୍ତି ନୀରଜ ।
ଭାରତ ଲଗାତାର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭଲ ପ୍ରଦର୍ଶନ କରି ଆସିଛି । ତେଣୁ ଏଥର ନୀରଜଙ୍କ ଉପରେ ସମସ୍ତଙ୍କର ନଜର ଥିଲା । ଜାଭେଲିନ୍ ଥ୍ରୋରେ ନୀରଜ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତଙ୍କର ଆଶା ଥିଲା । କିନ୍ତୁ ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଉନଥିବା ନେଇ ସ୍ପଷ୍ଟ କରିଛନ୍ତି ନୀରଜ । ୨୪ ବର୍ଷୀୟ ନୀରଜ ୨୦୧୯ରେ ଅପରେସନ କରିବା ପରେ ମୈଦାନକୁ ଫେରିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତକୁ ଗର୍ବିତ କରିଥିଲେ । ଆଉ ଦ୍ୱିତୀୟ ଆଥଲେଟ ଭାବେ ନୀରଜ ବ୍ୟକ୍ତିଗତ ଭାବେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ । ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ନୀରଜ ଜବରଦସ୍ତ ପ୍ରଦର୍ଶନ ସହ ପଦକ ଭେଟି ଦେବେ ବୋଲି ସମସ୍ତଙ୍କର ଆଶା ରହିଥିଲା । କିନ୍ତୁ ନୀରଜ ଆହତ ହେବା ଏହି ଆଶାକୁ ଧୂଳିିସାତ୍ କରିଛି ।