ବିଗବସ୍ ବିଜେତା ୟୁଟ୍ୟୁବର ଏଲଭିସ ଯାଦବଙ୍କ ନାଁ’ରେ ମାମଲା ରୁଜୁ

0

ନୂଆଦିଲ୍ଲୀ (ଆମ ଟିଭି): ବିଗବସ୍ ବିଜେତା ୟୁଟ୍ୟୁବର ଏଲଭିସ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି। ବେଆଇନ ଢଙ୍ଗରେ ପାର୍ଟି ଆୟୋଜନ ସହ ପଶୁପକ୍ଷୀ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ଏଲଭିସ ସାମିଲ ଥିବା ମାମଲାରେ ଦର୍ଶାଯାଇଛି । ଏକ ଏନଜିଓ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଯାହା ଆଧାରରେ ନୋଏଡା ପୋଲିସ କାର୍ୟ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ନୋଏଡା ପୋଲିସ ସେକ୍ଟର ୪୯ରେ ରେଡ୍ କରି ୫ ଜଣ ଲୋକଙ୍କୁ ଗିରଫ କରିଛି ।

ରେଡ୍ ବେଳେ ଉକ୍ତ ସ୍ଥାନରୁ ୫ଟି ନାଗସାପ ସହ ବିଷ ଜବତ କରିଛି ପୋଲିସ । ଯେତେବେଳେ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କଲା ସେତେବେଳେ ବିଗବସ୍ ବିଜେତା ଏଲଭିସ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା । ଫଳରେ ପୋଲିସ ଏଲଭିସଙ୍କ ନାଁରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

Leave A Reply

Your email address will not be published.