ବିବାଦୀୟ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ
ଜନସଂଖ୍ୟା ନିୟନ୍ତ୍ରଣ ଓ ମହିଳାମାନଙ୍କ ଶିକ୍ଷା ଉପରେ ମତ ରଖିବା ବେଳେ ଅତ୍ୟନ୍ତ ଅଭଦ୍ର ବୟାନ ଦେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶେଷରେ କ୍ଷମା ମାଗିଛନ୍ତି। ମଙ୍ଗଳବାର ସେ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ମତ ରଖିଥିଲେ। ଏହି ସମୟରେ ନୀତୀଶ କୁମାର ଏମିତି କିଛି ଶବ୍ଦର ବ୍ୟବହାର କରିଥିଲେ, ଯାହାକୁ ଏଠାରେ କହିବା ମଧ୍ୟ ମୁସ୍କିଲ।
ତାଙ୍କ ବୟାନକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ବିବାଦ ବଢ଼ିବାରୁ ଆଜି ନୀତୀଶ କୁମାର କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ମହିଳାମାନଙ୍କୁ ଅସମ୍ମାନ କରିବାର ମୋର ଉଦ୍ଦେଶ୍ୟ ନଥିଲା। ଯଦି ବି ମୁଁ ବ୍ୟବହାର କରିଥିବା ଶବ୍ଦ କାହାକୁ ଆଘାତ ଦେଇଛି, ତା’ହେଲେ ମୁଁ ସେସବୁ ଫେରାଇ ନେଉଛି।