ଇଣ୍ଡିଆ ଆଲାଇନ୍ସର ସଂଯୋଜକ ହୋଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

0

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇଣ୍ଡିଆ ଗଠବନ୍ଧନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ଆଲାଇନ୍ସର ସଂଯୋଜକ ହୋଇପାରନ୍ତି।ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବାସ୍ତବରେ, ଦିଲ୍ଲୀର ଜେଡିୟୁ ରାଷ୍ଟ୍ରୀୟ ପରିଷଦରେ ମୁଖ୍ୟମନ୍ତ୍ରୀ ନୀତୀଶ କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁ ବୈଠକରେ ନୀତୀଶ କୁମାର କଂଗ୍ରେସକୁ ଟାର୍ଗେଟ କରିଥିଲେ। ନୀତୀଶ କହିଛନ୍ତି, ତାଙ୍କ ଦ୍ୱାରା କରାଯାଇଥିବା କାର୍ୟ୍ୟ ଉପରେ କଂଗ୍ରେସ ଆଲୋଚନା କରେ ନାହିଁ। ହେଲେ ଭାଜପା ତାଙ୍କ କାର୍ୟ୍ୟକୁ ନିଜ କାମ ସହିତ ଯୋଡିଥାଏ। ଏହାପୂର୍ବରୁ ବିଧାନସଭା ନିର୍ବାଚନ ସମୟରେ ନୀତୀଶ କୁମାର କଂଗ୍ରେସକୁ ଅପମାନିତ କରିଥିଲେ। ସେ କହିଥିଲେ ଯେ ଇଣ୍ଡିଆ ଅପେକ୍ଷା ବିଧାନସଭା ନିର୍ବାଚନରେ କଂଗ୍ରେସର ଧ୍ୟାନ ଅଧିକ।

Leave A Reply

Your email address will not be published.