ଲାଲୁଙ୍କ ସାକ୍ଷାତ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ

0

ନୂଆଦିଲ୍ଲୀ :ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀରେ ପହଞ୍ଚିବା ସହ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ତାଙ୍କ ସହ ସେ ଢେର ସମୟ ରୁଦ୍ଧଦ୍ୱାର ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ବୁଧବାର ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟ ଅଣ ବିଜେପି ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଦଳଗୁଡ଼ିକୁ କେମିତି ଏକାଠି କରାଯିବ, ସେସବୁ ବିଷୟରେ ଆଲୋଚନା କରିବା ପାଇଁ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଥିବା କୁହାଯାଉଛି।

ନୀତୀଶ କୁମାରଙ୍କ ଏହି ଦିଲ୍ଲୀ ଗସ୍ତ ସମୟରେ ତାଙ୍କ ସହ ଜେଡିୟୁ ସଭାପତି ରାଜୀବ ରଞ୍ଜନ ଓରଫ ଲଲନ ସିଂହ ଓ ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା ଆସିଛନ୍ତି। ଏମାନେ ସମସ୍ତେ କିଡ୍‌ନୀ ପ୍ରତିରୋପଣ ପରେ ଲାଲୁ ପ୍ରସାଦଙ୍କୁ ପ୍ରଥମଥର ଭେଟିଛନ୍ତି। ଏଜେଣ୍ଡା ରାଜନୀତିକ ଥିଲେ ମଧ୍ୟ ଏପରି ଭେଟଘାଟକୁ ନେଇ ଉଭୟ ଆରଜେଡି ଓ ଜେଡିୟୁ ବିସ୍ତୃତ ତଥ୍ୟ ଦେଇନାହାନ୍ତି।

ଆରଜେଡି ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ। ସେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ଉଭୟ ବର୍ତ୍ତମାନର ସମାଜିକ ଓ ରାଜନୀତିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।”

Leave A Reply

Your email address will not be published.