ବିଜୁ ବାବୁଙ୍କୁ ମିଳୁ ମରଣୋତ୍ତର ଭାରତରତ୍ନ: ଜେଡିୟୁ

0

ନୂଆଦିଲ୍ଲୀ (ଆମ ଟିଭି): ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ଦାବି ଦୀର୍ଘ ଦିନ ଧରି ଦାବି ହେଉଥିଲା । ଏହାରି ଭିତରେ ପୁଣି ଉଠିଲା ବିଜୁବାବୁଙ୍କୁ ଭାରତ ରତ୍ନ ଦାବି । ବିଜୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ । ବିଜୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି । ବିଜୁ ଜନତା ଦଳ ଏ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ପୂର୍ବରୁ ଦାବି କରିଛି । ଏବେ ଜେଡିୟୁ ଉଠାଇଛି ବିଜୁଙ୍କୁ ଭାରତ ରତ୍ନ ପ୍ରସ୍ତାବ । ସ୍ବତନ୍ତ୍ର ଭାରତ ଗଠନରେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତୁଳନୀୟ ଅବଦାନ ରହିଛି । ମାତ୍ର କଂଗ୍ରେସ ଓ ବିଜେପି ସରକାର ବିଜୁବାବୁଙ୍କ ଭାରତ ରତ୍ନ ଦେବା ନେଇ ପ୍ରୟାସ କରିନାହାଁନ୍ତି ।

ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି ଜେଡିୟୁ । ସୋମବାର ଜେଡିୟୁ ନେତା କେ.ସି ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ବିଜୁଙ୍କ ପ୍ରତି କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କ ଉପେକ୍ଷା ମନୋଭାବକୁ କଟୁ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.