ଭୁବନେଶ୍ୱର (ଆମ ଟିଭି): ଓଡିଶା ଆସିବ ବିଜୁ ବାବୁଙ୍କ ଡାକୋଟା ବିମାନ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାକୁ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବାକୁ ସଂରକ୍ଷିତ ରଖାଯିବ ବୋଲି ସୂଚନା ମିଳିଛି । ଏଥପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ଡାକୋଟାର ବିଭିନ୍ନ ଅଂଶକୁ ଖୋଲାଯାଉଛି ବା ଡିମେଣ୍ଟାଲିଙ୍ଗ କରାଯାଉଛି । ‘ଏରୋସ୍ପେଶ୍ ରିସର୍ଚ୍ଚ ଡେଭଲପମେଣ୍ଟ’ର ଯନ୍ତ୍ରୀମାନେ ଏଥିରେ ନିୟୋଜିତ ଅଛନ୍ତି ।
ଯଥାଶୀଘ୍ର ଏହାକୁ ସ୍ୱତନ୍ତ୍ର ଯାନରେ ଭୁବନେଶ୍ୱର ଅଣାଯିବା ପରେ ପୁନର୍ବାର ଏହାର ବିଭିନ୍ନ ଅଂଶକୁ ସଂଲଗ୍ନ କରାଯାଇ ପୁନଃସ୍ଥାପନ କରାଯିବ । ୭୪ ଫୁଟ ୮ ଇଞ୍ଚ ଲମ୍ବ ଓ ୯୫ ଫୁଟ ଡେଣା ବିଶିଷ୍ଟ ଏହି ବିମାନକୁ ଭୁବନେଶ୍ୱ ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସଂରକ୍ଷିତ ରଖାଯିବ ।