ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ୨୦୨୧ ଘୋଷଣା: ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପୁରସ୍କାର

0

ଭୁବନେଶ୍ୱର(ଆମ ଟିଭି): ଘୋଷଣା ହେଲା ୨୦୨୧ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । କ୍ରିକେଟ ତାରକା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ପୁରସ୍କାର ଘୋଷଣା ହୋଇଛି । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା, କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ର, କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ମିଳିବ ।

କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ମିଳିବ । ଆସନ୍ତା ୨୯ ତାରିଖରେ କ୍ରୀଡା ଦିବସ ଉପଲକ୍ଷେ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.