ବିଲକିସଙ୍କ ଦୁଷ୍କର୍ମକାରୀଙ୍କୁ ଛାଡ ମାମଲା: କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

0

ନୂଆଦିଲ୍ଲୀ(ଆମ ଟିଭି): ବହୁ ଚର୍ଚ୍ଚିତ ଗୁଜରାଟର ବିଲକିସ ବାନୋ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପୁଣି ଜେଲରୁ ଛାଡ ପାଇଥିବା ୧୧ ଜଣ ଦୋଷୀଙ୍କ ବିରୋଧରେ ହୋଇଥିବା ଆବେଦନ ଉପରେ ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହୋଇଛି । ଶୁଣାଣି ପରେ କୋର୍ଟ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି । ସୂଚନା ଥାଉକି ବିଲକିସଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଅପରାଧରେ କୋର୍ଟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଏହାର କିଛିବର୍ଷ ପରେ ଗୁଜରାଟ ସରକାର ସମ୍ବିଧାନ ପ୍ରଦତ୍ତ ଅଧିକାର ବଳରେ ଏହି ଦୋଷୀମାନଙ୍କୁ ଛାଡ କରିଛନ୍ତି । ଗୁଜରାଟ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସାରା ଦେଶ ସାମଲୋଚନା କରୁଛି  । କେବଳ ବିରୋଧୀ ନୁହଁନ୍ତି ବରଂ କିଛି ବିଜେପି ନେତା ବି ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ବରୋଧରେ ସ୍ୱର ଉଠାଇଛନ୍ତି । ଏହାପରେ ଗୁଜରାଟ ସରକାରଙ୍କର ଏଭଳି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ସମାଜସେବୀ ତଥା ସିପିଆଇ(ଏମ) ନେତ୍ରୀ ସୁଭାଷୀନି ଅଲ୍ଲୀଙ୍କ ସମେତ ୪ ଜଣ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏନେଇ ଆଜି କୋର୍ଟ ଶୁଣାଣି କରି କହିଛନ୍ତି କି ପ୍ରଥମ ଦେଖିବାକୁ ପଡିବ ଗୁଜରାଟ ସରକାରଙ୍କ ନିୟମ ମୁତାବକ ଏହି ଦୋଷୀମାନଙ୍କୁ ଛାଡ କରାଯିବା ଉଚିତ୍ କି ନୁହେଁ । ଏହାସହ ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

Leave A Reply

Your email address will not be published.