ଗତକିଛି ବର୍ଷ ହେବ ଓଡ଼ିଆ ସିନେମା ଶିଳ୍ପ ବହୁ ଉଥାନପତନ ଦେଇ ଗତି କରୁଥିବା ବେଳେ କିଛିଟା ମୌଳିକ କାହାଣୀ ପୁଣି ଥରେ ଶିଳ୍ପକୁ ଆଗକୁ ବଢିବାର ଖୋରାକ ଯୋଗାଇଛି। ଓଡ଼ିଆ ସିନେମା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଭଲ ସିନେମାକୁ ନେଇ ରୋଜଗାର ବି ମିଳିଛି। ତେଣୁ ବର୍ତ୍ତମାନ ବଦଳିଚି ସିନେମା ଶିଳ୍ପର ଭାଗ୍ୟ ଭଲ ଚଳଚିତ୍ରକୁ ନେଇ ପୁରସ୍କୃତ ସହ ପୁଣି ଥରେ ହଲ ମୁହାଁ ହୋଇଛନ୍ତି ଦର୍ଶକ। ଏହାରି ମଧ୍ୟରେ ଏପ୍ରିଲ 17ରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ବିନ୍ଦୁସାଗର’ । ରିଲିଜର 10 ଦିନ ପୂର୍ବରୁ ଟ୍ରେଲର ଆଉଟ୍ ହୋଇଛି । ଯାହା ଏବେ ଲୋକଙ୍କୁ ଆକୃଷ୍ଟ କରିବା ସହ ଏହି ଫିଲ୍ମକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
2 ମିନିଟ 34 ସେକେଣ୍ଡର ଟ୍ରେଲରରେ ପ୍ରଥମେ ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ମିଳେ । ଯାହାଙ୍କ ମାଆ ଗମ୍ଭୀର ରୋଗରେ ପୀଡିତ । ଯିଏ ପ୍ରକୃତିଙ୍କୁ କୁହନ୍ତି, ମୋର ଗୋଟେ କାମ କରୁଦେବୁ ମାଆ । ମୋ ବାପାଙ୍କୁ ଖୋଜିବୁ ଆଉ ତାଙ୍କ ହାତରେ ଏହି ଚିଠିଟିଏ ଦେଇଦେବୁ । ଏହା ପରେ ପ୍ରକୃତିଙ୍କୁ ତାଙ୍କ ବାପା କୁହନ୍ତି, ଓଡ଼ିଶା ଗଲେ କିଛି ଲାଭ ହେବନି । ଏହି ସମୟରେ ପ୍ରକୃତି କୁହନ୍ତି, ଲାଭ କି କ୍ଷତି କିଛି ଦେବୁନି ବାବା, ମାଆଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେବାକୁ ଚାହୁଁଛି । ଏହା ପରେ ଭୁବନେଶ୍ୱରର ବିନ୍ଦୁସାଗରର ଝଲକ ଦେଖିବାକୁ ମିଳେ । ଯାହା ପରେ ଆଉ ଜଣେ ଚରିତ୍ରକୁ ଦେଖିବାକୁ ମିଳେ । ଏହା ପରେ ଦିପାନ୍ସୀତଙ୍କୁ ଜଣେ ଆଟିର୍ଷ୍ଟ ଭାବେ ଦେଖିବାକୁ ମିଳେ । ଶେଷରେ ପ୍ରକୃତି ନିଜ ଜେଜେଙ୍କ ସହ ଭେଟନ୍ତି । ହେଲେ ସେ ତାଙ୍କ ମାଆଙ୍କୁ ଗ୍ରହଣ କରିବାକୁ ମନା କରନ୍ତି । ହସ ଓ ଦୁଃଖର ଏହି ମିଶ୍ରଣ ପାରବାରିକ କାହାଣୀ ସମସ୍ତଙ୍କ ହୃଦୟକୁ ଛୁଇଁଛି ।ଏହି ଫିଲ୍ମଟି ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଥିଲା । 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ରେ ଏହାର ବିଶ୍ୱ ପ୍ରିମିୟର ହୋଇଥିଲା । ଯେଉଁଥିରେ ଫିଲ୍ମର ସମସ୍ତ କାଷ୍ଟ, ଟିମ୍ ଯୋଗ ଦେଇଥିଲେ ।
‘ବିନ୍ଦୁସାଗର’ ଫିଲ୍ମ ଷ୍ଟାରକାଷ୍ଟ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମକୁ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଷେକ ଦାସ ଏହାକୁ ଲେଖିଛନ୍ତି । ଶୀଲାଦିତ୍ୟ ବୋରା, ବିନୟ ରେଡ୍ଡି ଓ ଶୁଭ ଶେଖର ଏହାକୁ ଫ୍ରଯୋଜନା କରିଛନ୍ତି । ଏହି ଫିଲ୍ମରେ ଜାତୀୟ ପୁରସ୍କାର ବିଜେତା ଯୋଡ଼ି ପ୍ରକୃତି ମିଶ୍ର ଓ ଦ୍ୱିପାନ୍ୱୀତ ଦାସମହାପାତ୍ର ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବେ ।