ଆଜିଠୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା

0

ସମ୍ବଲପୁର(ଆମ ଟିଭି): ଆଜିଠୁ ହୀରାକୁଦରେ ଆରମ୍ଭ ହେବାକୁ ଯାଉଛି ପକ୍ଷୀ ଗଣନା । ହୀରାକୁଦ ୱାଇଲ୍ଡ ଲାଇଭ ଡିଜିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ଼ ସଂଲଗ୍ନ ଜଳଭଣ୍ଡାରରେ ଗଣନା କରାଯାଉଛି । ହୀରାକୁଦ ଡ୍ୟାମଠୁ ଛତିଶଗଡ଼ ସୀମାନ୍ତ ପର୍ୟ୍ୟନ୍ତ ଗଣନା ହେବ । ଏଥିପାଇଁ ୨୧ ଟି ସେକ୍ଟର ଗଠନ କରାଯାଇଛି । ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକରୀଙ୍କୁ ନେଇ ଟିମ ଗଠନ କରଯାଯାଇଛି ।

ଆଜି ସକାଳ ୬ଟାରୁ ସନ୍ଧ୍ୟା ୫ ଟା ପର୍ୟ୍ୟନ୍ତ ଗଣନା ଚାଲିବ । ଗଣନା ପାଇଁ ବାଇନାକୁଲାର ଓ ଲାଇଫ ଜାକେଟ୍ ସହ ୩୨ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଛି । ସେଥିପାଇଁ ଗତକାଲିଠୁ ହୀରାକୁଦ ଜଳଭଣ୍ଡାର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ବିଦେଶୀ ପକ୍ଷୀ ହିରାକୁଦ ଜଳଭଣ୍ଡାକୁ ଆସିଥିଲେ ।

 

Leave A Reply

Your email address will not be published.