ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

0

ବାଲୁଗାଁ: ଓଡ଼ିଶାରେ ଥିବା ବିଶ୍ବର ବୃହତ୍ତମ ଲୁଣା ହ୍ରଦ ଚିଲିକାରେ ବୁଧବାର ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧୀନ ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ ବୋଲି ବାଲୁଗାଁ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଏହି ଗଣନା କାର୍ଯ୍ୟରେ ୨୧ ଟିମରେ ଶହେରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି। ଗଣନା କାର୍ଯ୍ୟରେ ବାଇନାକୁଲାର, ଜିପିଏସ ଓ କ୍ୟାମେରା ବ୍ୟବହାର କରାଯାଉଥିବା ଜଣାପଡିଛି। ପ୍ରତିବର୍ଷ ଶୀତ ଋତୁରେ ସୁଦୂର ସାଇବେରିଆ ସହ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରୁ ଏଠାକୁ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବିଭିନ୍ନ ପ୍ରଜାତିର ଲକ୍ଷାଧିକ ପକ୍ଷୀ ଏଠାକୁ ଆସିଥାନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥାଏ।

Leave A Reply

Your email address will not be published.