କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ , ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ସୂଚନା

0

କେନ୍ଦ୍ରାପଡା ଡେରାବିଶ ବ୍ଳକ ଦୁମୁକାହାଟ ଗାଁର ଏକ ବ୍ରଏଲର୍ ଫାର୍ମରେ କୁକୁଡା ମଡକ । ଗତ ୩ ଦିନ ହେବ କୁକୁଡାଙ୍କଠାରେ ରୋଗର ଲକ୍ଷଣ ଦେଖାଦେଇଛି ।  କୁକୁଡା ଗୁଡିକ ସ୍ଥିର ହୋଇ ବସି ରହିବା ସହ ମୁଣ୍ଡ ମାଡି ପଡି ଯାଉଥିବା ଫାର୍ମର ମାଲିକ ପ୍ରଭାକର ଲେଙ୍କା କହିଛନ୍ତି ।  ଏହି ଫାର୍ମରେ ପ୍ରଥମ ଦିନରେ ୩୩ ଟି କୁକୁଡା ମରିଥିବା ବେଳେ , ଦ୍ବିତୀୟ ଦିନରେ ୬୮ ଓ ଆଜି ୧୩୭ ଗୋଟି କୁକୁଡା ମରିଛନ୍ତି । ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ଫାର୍ମ ମାଲିକ ସୂଚନା ଦେଇଛନ୍ତି ।  ଆଜି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.