ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ
ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଗବାନ ବାବାଙ୍କ
ଜନ୍ମ ଶତବାର୍ଷିକୀ ସମାରୋହ
ପାଳନ ଅବସରରେ ରାଜ୍ୟ ସଂଗଠନ ପକ୍ଷରୁ ଗ୍ରହଣ କରାଯାଉଥିବା ଆଧ୍ୟାମ୍ଭିକତା, ସେବା, ଶିକ୍ଷା ସଂସ୍କୃତି,
ସାହିତ୍ୟ, ନୃତ୍ୟ, ସଙ୍ଗୀତ,
ଉପାସନା ଓ ସାମାଜିକ ଚେତନାର ବିବିଧ ମଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ।
ସାମ୍ବାଦିକ ସମ୍ମିଳନୀରେ
ଶ୍ରୀ ସତ୍ୟସାଇ ସେବା ସଂଗଠନର ପୂର୍ବାଞ୍ଚଳ ଜୋନ୍
ସଭାପତି ନାରାୟଣ ପ୍ରସାଦ ସର, ଓଡ଼ିଶା ରାଜ୍ୟ
ସଙ୍ଗଠନର ସଭାପତି ଡାକ୍ତର
ସତ୍ୟସ୍ବରୂପ ପଟ୍ଟନାୟକ, ରାଜ୍ୟ ଟ୍ରଷ୍ଟି ଆବାହକ ଅକ୍ଷୟ
କୁମାର ପାଣି ଓ ଉପ ସଭାପତି ଶ୍ରୀ ସାଇ ପ୍ରସାଦ
ପ୍ରମୁଖ ଭଗବାନ ଶ୍ରୀ ସତ୍ୟସାଇ
ବାବାଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳନ
ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ।
ସାରା ରାଜ୍ୟରେ ପାଳିତ ହେବ ଆଧ୍ୟାତ୍ମିକତା,ସେବା, ଶିକ୍ଷା ଓ ସାମାଜିକ ଚେତନାର ବିବିଧ କାର୍ଯ୍ୟକ୍ରମ
• ପ୍ରେମ ଓ ସେବାର ୧୦୦ ବର୍ଷ
• ଶ୍ରୀ ସତ୍ୟସାଇ ଶତବାର୍ଷିକୀ
• ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମଦିବସ
• ଶ୍ରୀ ସତ୍ୟସାଇ ଓ ଶ୍ରୀ ସତ୍ୟସାଇ ସେବା ସଂଗଠନ
•
୧୦୦ ବର୍ଷରେ ଶ୍ରୀ ସତ୍ୟସାଇ
•
ସେବା ଓ ପ୍ରେମର ଅନନ୍ୟ ନିଦର୍ଶନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମଦିବସ
• ସମାଜ ପାଇଁ ସମର୍ପିତ ଶ୍ରୀ ସତ୍ୟସାଇ ସେବା ସଂଗଠନ ର ପ୍ରତିଷ୍ଠାତା ସତ୍ୟସାଇଙ୍କ ଶତବାର୍ଷିକୀ
• ଶ୍ରୀ ସତ୍ୟସାଇ ସେବା ସଂଗଠନ ମାନବ ସମାଜ ପାଇଁ ସତ୍ୟସାଇଙ୍କ ବରଦାନ
ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳନ ପାଇଁ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ
ରାଜ୍ୟବ୍ୟାପୀ ପାଳନ କରାଯାଉଛି। ୨୦୨୪ ନଭେମ୍ବର ୨୩ରୁ ୨୦୨୬ ମସିହା ନଭେମ୍ବର ୨୩ ପର୍ଯ୍ୟନ୍ତ।
ଏହାକୁ ସମଗ୍ର ରାଜ୍ୟସ୍ତରରେ ପାଳନ କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ
ନିଆଯାଇଛି। ବୁଧବାର ଦିନ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ସାଇ ଜନନୀ ପ୍ରେକ୍ଷାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
ଏହି ସୂଚନା ଦିଆଯାଇଛି ।
ଶ୍ରୀ ସତ୍ୟସାଇଙ୍କର ଆବିର୍ଭାବ ସମଗ୍ର ମାନବ ସତ୍ତା ନିମନ୍ତେ ଏକ ବିରଳ ଅନୁଭବ। ସେ ତାଙ୍କର ସ୍ବଶରୀର ଅବସ୍ଥାନ କାଳରେ ସମଗ୍ର ବିଶ୍ବରେ
ପ୍ରତ୍ୟେକ ରାଷ୍ଟ୍ରରେ,ପ୍ରତ୍ୟେକ ଧର୍ମ ମତ ଓ ଚିନ୍ତନର ବ୍ୟକ୍ତି ବିଶେଷଙ୍କ ନିକଟରେ ପରିଚିତ ହୋଇଥିଲେ। ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରନେତାଙ୍କର
ଆଶ୍ରିତ ଓ ଅନୁଗାମୀମାନେ ରହିଥିବା ବେଳେ ସମାଜରେ ପ୍ରତ୍ୟେକ ବର୍ଗର ମଣିଷ ତାଙ୍କୁ ଗ୍ରହଣ କରିନେଇଥିଲେ। ସମଗ୍ର ବିଶ୍ବ ପ୍ରତି ତାଙ୍କର
ଦିବ୍ଯ ବାର୍ତ୍ତା ଥିଲା ” ସମସ୍ତଙ୍କୁ ଭଲ ପାଅ ଏବଂ ସମସ୍ତଙ୍କର ସେବାକର “। ଆନ୍ଧ୍ରପ୍ରଦେଶର ପୂଟ୍ଟପଉଁ ପରି ଏକ ନିପଟ ମଫସଲ
ଗ୍ରାମରେ ସେ ପ୍ରତିଷ୍ଠା କରିଛନ୍ତି ନିଶୁଳ୍ମ ଶ୍ରୀ ସତ୍ୟସାଇ ସୁପର ସ୍ପେସାଲିଟି ହସ୍ପିଟାଲ, ଶ୍ରୀ ସତ୍ୟସାଇ ବିଶ୍ବ ବିଦ୍ୟାଳୟ ଓ ଆନ୍ଧ୍ର ଏବଂ
ତାମିଲନାଡୁର ଅନେକ ଜଳକ୍ଲିଷ୍ଠ ଜିଲ୍ଲାକୁ ମାଗଣା ଜଳଯୋଗାଣ ପ୍ରକଳ୍ପ ଶ୍ରୀ ସତ୍ୟସାଇ ୱାଟର ପ୍ରୋଜେକ୍ଟ । ଶ୍ରୀ ସତ୍ୟସାଇ ବାବାଙ୍କ ଦ୍ବାରା
ପ୍ରତିଷ୍ଠିତ ଶ୍ରୀ ସତ୍ୟସାଇ ସେବା ସଂଗଠିନ ତାଙ୍କର ଜନ୍ମ ଶତ ବାର୍ଷିକୀର୍ସମାରୋହକୁ ଏକ ବିଶ୍ବ ସମ୍ମିଳନୀ ଭାବରେ ପ୍ରଶାନ୍ତି ନିଳୟମ ଠାରେ
ଆୟୋଜନ କରୁଛନ୍ତି । ନଭେମ୍ବର ୨୦ ଓ ୨୧ ତାରିଖରେ ଏହି ଭବ୍ୟ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଶ୍ବର
କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମେତ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଯୋଗଦେବେ । ଏ ଅବସରରେ ସର୍ବଭାରତୀୟ ସଂଗଠନ
ତରଫରୁ ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥଯାତ୍ରା ଓ ରନ ଆଣ୍ଡ ରାଇଡ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି।
ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା ତରଫରୁ ରନ ଆଣ୍ଡ ରାଇଡର ଆୟୋଜନ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଭୁବନେଶ୍ବରଠାରେ ଓ
ଡ଼ିସେମ୍ବର ୨୧ ତାରିଖରେ ରାଉରକେଲା ଠାରେ ଆୟୋଜିତ ହେବ। ସଂଗଠନ ଦ୍ବାରା ଜନ୍ମ ଶତ ବାର୍ଷିକୀସମାରୋହକୁ ୨ ବର୍ଷ ଧରି ପାଳନ
କରାଯାଉଥିବା ବେଳେ ୨୦୨୪ ନଭେମ୍ବର ୨୩ ରେ ଆରମ୍ଭ ହୋଇ ୨୦୨୬ ନଭେମ୍ବରରେ ଏହି ମହୋତ୍ସବ ଉଦଯାପିତ ହେବ। ୨୦୨୫ ମାର୍ଚ୍ଚ
ମାସରେ ରାଜ୍ୟ ସ୍ତରୀୟ ଭଜନ ମହୋତ୍ସବ, ଅଗଷ୍ଟ ମାସରେ ପଉଁଯାତ୍ରା, ସେପ୍ଟେମ୍ବର ମାସରେ ସେବା ମହୋତ୍ସବର ରାଜ୍ୟ ସ୍ତରୀୟ
ଆୟୋଜିତ ହୋଇ ସାରିଛି। ଆଗାମୀ ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ମା’ ତାରିଣୀଙ୍କ ପୀଠ ଘଟଗାଁଠାରେ ଅତିରୁଦ୍ର
ପାରାୟଣ ମହୋତ୍ସବର ଆୟୋଜନ କରାଯାଉଅଛି। ନଭେମ୍ବର ଦ୍ୱିତୀୟ ଶନିବାର ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ଅଖଣ୍ଡ ଭଜନ ସହିତ ଆରମ୍ଭ
ହୋଇ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମଦିବସ ୨୩ ତାରିଖ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ରକ୍ତଦାନ, ନାରାୟଣସେବା, ଗ୍ରାମସେବା, ପାଲିଙ୍କି ଯାତ୍ରା,
ମହିଳା ଦିବସ, ବୃକ୍ଷ ରୋପଣ ବୃକ୍ଷସେବା, ପଶୁସେବା, ପ୍ରଶାନ୍ତି ଚିକିତ୍ସିତ ହୃଦରୋଗୀ ସେବା, ପୂଜ୍ୟ ପୂଜା, ବିଶ୍ୱଶାନ୍ତି ଯଜ୍ଞ, ରୁଦ୍ର ପାଠ ଇତ୍ୟାଦି ମଧ୍ୟ ଆୟୋଜିତ ହେବ। ଜାନୁଆରୀ ମାସରେ ରାଜ୍ୟ ସଂଗଠନ ଦ୍ବାରା ସମଗ୍ର ରାଜ୍ୟରେ ଏକ କୃତ୍ରିମ ଅଙ୍ଗ ପରୀକ୍ଷା ଓ ପ୍ରଦାନ କାର୍ଯ୍ୟକ୍ରମ
ଅନୁଷ୍ଠିତ ହେବ। ଡ଼ିସେମ୍ବର ମାସରେ ସଂଗଠନ ଦ୍ବାରା ପରିଚାଳିତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଆନନ୍ଦ ଉତ୍ସବ କାର୍ଯ୍ୟକ୍ରମ ଶ୍ରୀ ସତ୍ୟସାଇ
ବାଳବିକାଶ ଛାତ୍ରଛାତ୍ରୀ, ଗୁରୁ, ପରିଚାଳକ ଓ ସହାୟକମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଅନୁଷ୍ଠିତ ହେବ। ଚଳିତ ମାସରେ
ଓଡିଶାର ଅନେକ ଗ୍ରାମୀଣ ସାଇଆଶ୍ରିତ,ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଭିଦର୍ଶନ ଉଦ୍ଦେଶ୍ୟରେ ମଧ୍ଯ ଯାତ୍ରା କରିବେ। ବିଗତ ତିନି ବର୍ଷ
ଧରି ପ୍ରଶାନ୍ତି ନିଳୟମରୁ ଆସିଥିବା ଦିବ୍ୟ ପାଦପଦ୍ମ ଏକ ରଥରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାର କୋଣ ଅନୁକୋଣ ପରିକ୍ରମା କରି ଏକ
ଆଧ୍ୟାତ୍ମିକ ଚେତନାର ଜାଗରଣ ସହ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସାର ଯୁଗ ଉପଯୋଗୀ ବାର୍ତ୍ତାକୁ ପ୍ରସାରିତ କରିଚାଲିଛି। ଏହି ଶ୍ରୀ
ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରାର ଉଦଯାପନୀ ସମାରୋହ ୨୦୨୬ ଜାନୁଆରୀ ୧୮ ତାରିଖ ଦିନ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ
ହେବ। ଏଥିରେ ଅନ୍ୟୁନ ୫୦ ହଜାର ଆଶ୍ରିତଙ୍କର ସମାଗମ ସହ ସଂଗଠନର ଜାତୀୟ ନେତୃବର୍ଗ ଯୋଗଦାନ କରିବେ।