ବିଷ୍ଣୁଦେଓ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

0

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାୟପୁରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର।

ସେ ଜଣେ ଆଦିବାସୀ ନେତା। ଏଥର ସେ କୁଙ୍କୁରୀ ସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ୮୭,୬୦୪ ଖଣ୍ଡ ଭୋଟ୍ ମିଳିଥିଲା।

୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ ବିଷ୍ଣୁଦେଓ ସାଏ। ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୪ ଥର ସେ ରାୟଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଇସ୍ପାତ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ।

ବିଷ୍ଣୁଦେଓ ସାଏ ଏଥର ମୁଖ୍ୟମନ୍ତ୍ରୀ ରେସ୍‌ରେ ଥିଲେ। ଯଦି ବିଜେପି ଛତିଶଗଡ଼ରେ ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁବ, ତା’ହେଲେ ପ୍ରଥମେ ବିଷ୍ଣୁଦେଓ ସାଏଙ୍କ ନାମ ଉପରେ ବିଚାର କରିବ ବୋଲି ଚର୍ଚ୍ଚା ହେଉଥିଲା।

Leave A Reply

Your email address will not be published.