ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗ ଦେବ ବିଜେଡି

0

ନୂଆଦିଲ୍ଲୀ (ଆମ ଟିଭି): ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଏବେ ଜୋରଦାର ହୋଇଛି । ସମାରୋହକୁ ରାଷ୍ଟ୍ରପତିଙ୍କୁ ଡକା ଯାଇନଥିବାରୁ କଂଗ୍ରେସ ସମେତ ୧୯ ବିରୋଧ ଦଳ ଉଦଘାଟନକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସମୟରେ ଏନଡିଏକୁ ମିଳିଛି ନବୀନ ପଟ୍ଟନାୟକ ଓ ଜଗନ ରେଡ୍ଡୀଙ୍କ ସମର୍ଥନ । ଉଦଘାଟନ ସମାରୋହରେ ବିଜେଡି ଓ ଜଗନଙ୍କ ୱାଇଏସଆର କଂଗ୍ରେସ ସାମିଲ ହେବ ବୋଲି ଘୋଷଣା କରିଛନ୍ତି ।

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି ଯେ, ଭାରତର ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟପତି । ଆଉ ପାର୍ଲାମେଂଟର ଦେଶ ୧୪୦ କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛି । ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ । ଏମାନଙ୍କ ସମ୍ମାନ ଓ ଗାରିମା ସବୁଦିନ ସୁରକ୍ଷିତ ରହିବା ଦରକାର । ଏଗୁଡିକୁ କୌଣସି ପ୍ରକାରେ ମତଭେଦରୁ ଦୂରରେ ରଖାଯିବା ଆବଶ୍ୟକ । ଏହି ସବୁ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ପବିତ୍ର ଗୃହରେ ଆଲୋଚନା କରାଯାଇପାରିବ ।

 

Leave A Reply

Your email address will not be published.