ବିଧାନସଭା ମତଦାନ କେନ୍ଦ୍ରରେ ବିଜେଡ଼ି ବିଜେପି ମୁହାଁମୁହିଁ

0

ଭୁବନେଶ୍ବର (ଆମ ଟିଭି): ବିଧାନସଭା ମତଦାନ କେନ୍ଦ୍ରରେ ବିଜେଡ଼ି ବିଜେପି ମୁହାଁମୁହିଁ । ନବ ମଲ୍ଲିକଙ୍କୁ ନେଇ ମୁହାଁମୁହିଁ ପରିସ୍ଥିତି ଓ ହୋହାଲ୍ଲା ଦେଖିବାକୁ ମିଳିଛି । ନବକିଶୋର ମଲ୍ଲିକ ତିନି ଦିନ ହେବ ନବୀନ ନିବାସ ଆସୁନଥିଲେ । କିନ୍ତୁ ଆଜି ସେ ଭୋଟ୍ ଦେବାକୁ ଆସିବାବେଳେ ପ୍ରବଳ ଗଣ୍ଡଗୋଳ ହୋଇଛି । ଉଭୟ ଦଳର କିଛି ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିବାର ଦେଖିବାକୁ ମିଳିଛି ।

ବିଜେଡ଼ି ବିଧାୟକ ତୁଷାରକାନ୍ତି ବେହେରାଙ୍କ ଅଭିଯୋଗ ମୁତାବକ, ବିଧାୟକ ନବ କିଶୋର ମଲ୍ଲିକ ଆଜି ବିଧାନସଭାରେ ଭୋଟ୍ ଦେବାକୁ ପହଁଚିଥିଲେ । ମତଦାନ ପ୍ରକୋଷ୍ଠକୁ ଯାଉଥିବା ସମୟରେ କେହି ଜଣେ ବ୍ୟକ୍ତି ପାହାଚ ଉପରୁ ଥାଇ ତାଙ୍କୁ ଟାଣି ନେଇଥିଲେ । ଯାହାକୁ ନେଇ ବିଜେଡ଼ି ବିଧାୟକମାନେ ହଙ୍ଗାମା କରିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ବିଧାୟକ ନୁହଁନ୍ତି । ବିନା ଆଇଡି କାର୍ଡରେ ସେ କେମିତି ବିଧାନସଭାକୁ ଆସିଲେ ବୋଲି ତୁଷାରକାନ୍ତି ଅଭିଯୋଗ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ବିଜେଡ଼ି ଅଭିଯୋଗ କରିଛି ।

Leave A Reply

Your email address will not be published.