ରାଜ୍ୟସଭା ନାମାଙ୍କନ ପାଇଁ ବିଜେଡି କିଣିଛି ୧୨ ସେଟ୍ ଫର୍ମ, ଦଳର ବିଶ୍ଵାସଭାଜନ ହେବାକୁ ଫୁଲ ଦମରେ ନେତା 

0

ଭୁବନେଶ୍ୱର(ଆମ ଟିଭି): ଚଳିତ ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ ୪ ଆସନ ବିଜେଡି ଖାତାକୁ ଆସିବା ନିଶ୍ଚିତ । ଏହାରି ମଧ୍ୟରେ ନାମାଙ୍କନ ପାଇଁ ବିଜେଡି କିଣିଛି ୧୨ ସେଟ୍ ଫର୍ମ । ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଥିବା ବେଳେ ବିଧାନସଭାରୁ ୧୨ ସେଟ୍ ଫର୍ମ ନେଇଛି ବିଜେଡି । ଏପଟେ ଦଳର ବିଶ୍ଵାସଭାଜନ ହେବାକୁ ଫୁଲ ଦମରେ ଲାଗିପଡିଛନ୍ତି ନେତା। ତେବେ ନବୀନ କାହା ଉପରେ ଆସ୍ଥାପ୍ରକଟ କରିବେ ସେନେଇ ଦେଖିବାକୁ ବାକି ରହିଲା । ବିଧାୟକ ଅନନ୍ତ ନାରାୟଣ ଜେନା ବିଜେଡି ପକ୍ଷରୁ ୧୨ ସେଟ୍ ଫର୍ମ ନେଇଛନ୍ତି। ସେହିଭଳି ଅନ୍ୟ ୨ଟି ଫର୍ମ ଅନ୍ୟ ଜଣେ ବ୍ୟକ୍ତି ନେଇଥିବା ସୂଚନା ଜଣାପଡ଼ିଛି। କହି ରଖୁ କି, ଆଜି ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨ ତାରିଖ ପର‌୍ୟ୍ୟନ୍ତ ନାମାଙ୍କନ ଦାଖଲ ହେବ । ୩ ତାରିଖରେ ଯାଞ୍ଚ ହେବା ପରେ ୬ ତାରିଖ ପର‌୍ୟ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ଆଉ ଆସନ୍ତା ୧୩ ତାରିଖରେ ହେବ ପାଇଁ ନିର୍ବାଚନ ।

Leave A Reply

Your email address will not be published.