ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ସାର ସଙ୍କଟ। ରାଜ୍ୟରେ ଚାଲିଥିବା ସାର ସଙ୍କଟ ବିରୋଧରେ ଆଜି ରାଜଭବନ ଆଗରେ ବିଜେଡିର ହଙ୍ଗାମା ଦେଖିବାକୁ ମିଳିଛି।
ବିଜେଡି ରାଲି କରି ରାଜଭବନ ଆଡ଼କୁ ଯାଉଥିବା ବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୋଲିସ ସହ ଦଳର ବିଜେଡିର ଧସ୍ତାଧସ୍ତି ହୋଇଥିଲା। ପୋଲିସ ବ୍ୟାରିକେଡକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିଜେଡି ନେତା।
ବିଜେଡି ଅଭିଯୋଗ କରିଛି ଯେ ରାଜ୍ୟରେ ସାର ନ ପାଇ ଚାଷୀ ଚିନ୍ତାରେ କିନ୍ତୁ ରାଜ୍ୟ ସରକାର କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ। ଯଦି ସାର ଅଛି, ତେବେ ଚାଷୀଙ୍କୁ କାହିଁକି ମିଳୁନି। ମିଛ କହୁଛନ୍ତି ମନ୍ତ୍ରୀମାନେ। ସାର ଯୋଗାଣକୁ ବ୍ୟବସ୍ଥିତ ଓ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।